କ୍ରୀଡା

ମ୍ୟାଚ ସରିବା ପରେ ଶୁବମନ ଗିଲଙ୍କ କାନରେ ମନ୍ତ୍ର ଦେଲେ ସଚିନ, ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଚର୍ଚ୍ଚା

ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ଶୁବମନ ଗିଲ୍‌ ଆଇପିଏଲ୍‌ ୨୦୨୩ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଛନ୍ତି । ଆଉ ଚଳିତ ଆଇପିଏଲ୍‌ରେ ଶୁବମନ ଗିଲ ରେକର୍ଡ କରିଛନ୍ତି । କ୍ୱାଲିଫାୟର ମ୍ୟାଚରେ ଧମାକେଦାର ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସର ସ୍ୱପ୍ନକୁ ଧୂଳିସାତ କରିଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ୬୦ ବଲରେ ୧୨୯ ରନ୍‌ ବଳରେ ଗୁଜରାଟଙ୍କ ଆଇପିଏଲ୍‌ ଫାଇନାଲରେ ପହଞ୍ଚିଛି । ଶୁବମନ ଚଳିତ ଆଇପିଏଲ୍‌ ସିଜିନରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ହୋଇଛନ୍ତି। ଶୁବମନ ଆଇପିଏଲ୍‌ ୨୦୨୩ରେ ୮୫୧ ରନ୍‌ କରିଛନ୍ତି ।

ଶୁବମନ ମୁମ୍ବାଇ ବିପକ୍ଷ କ୍ୱାଲିଫାୟର ମ୍ୟାଚରେ ୬୦ ବଲରେ ୧୨୯ ରନ୍‌ ଖେଳିଥିଲେ । ଏହି ମ୍ୟାଚରେ ୭ ଚଉକା ଏବଂ ୧୦ଟି ଛକା ମାରିଛନ୍ତି ଗିଲ । ଆଉ ଶୁବମନଙ୍କ ଶତକ ଯୋଗୁଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି । ହେଲେ ମ୍ୟାଚ ପରେ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ସଚିନ ତେନ୍ଦୁଲକର ତାଙ୍କ ସହିତ ହାତ ମିଶାଇବା ସହିତ କାନରେ କିଛି କହୁଥିବାର ନଜର ଆସିଛନ୍ତି । ଆଉ ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ଅନେକ କଳ୍ପନା ଜଳ୍ପନା କରୁଛନ୍ତି ।

ଗୁଜରାଟ ଟିମ୍‌ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଛି । ଏଥର ଫାଇନାଲରେ ମୁହାଁମହିଁ ହେବେ ଗୁଜରାଟ ଏବଂ ଚେନ୍ନାଇ ।

ସୂଚନାଯୋଗ୍ୟ, ଗୁଜରାଟ ଏବଂ ବାଙ୍ଗାଲୋର ମ୍ୟାଚରେ ଆରସିବି ହାରିବା ପରେ କୋହଲିଙ୍କ ଫ୍ୟାନ୍ସ ଶୁବମନ ଗିଲଙ୍କ ଭଉଣୀକୁ ଟାର୍ଗେଟ କରିଥିଲେ । ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ଆରସିବି ପ୍ଲେ ଅଫରୁ ବାଦ୍‌ ପଡିଥିଲା । ଆଉ ଆରସିବି ହାରିବା ପରେ ଶୁବମନ ଗିଲଙ୍କ ଭଉଣୀଙ୍କୁ ଟାର୍ଗେଟ କରିଥିଲେ ଟ୍ରୋଲର୍ସ । ସୋସିଆଲ ମିଡିଆ ୟୁଜର୍ସ ଶୁଭମନ୍ ଗିଲ୍‌ଙ୍କ ଭଉଣୀ ଶାହନିଲ୍ ଗିଲ୍‌ଙ୍କୁ ତାଙ୍କ ପୋଷ୍ଟରେ ଆଡୁସାଡୁ କମେଣ୍ଟ୍ କରିଥିଲେ। ବିଶେଷ କରି ମ୍ୟାଚ୍ ସରିବା ପରେ ଶାହନିଲ୍ ଯେଉଁ ପୋଷ୍ଟ୍ କରିଥିଲେ ସେଥିରେ ତାଙ୍କୁ ଅନେକ କମେଣ୍ଟ ମିଳିଥିଲା ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

21 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago