ମ୍ୟାଚ ସରିବା ପରେ ଶୁବମନ ଗିଲଙ୍କ କାନରେ ମନ୍ତ୍ର ଦେଲେ ସଚିନ, ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଚର୍ଚ୍ଚା
ଗୁଜରାଟ ଏବଂ ମୁମ୍ବାଇ କ୍ୱାଲିଫାୟର ମ୍ୟାଚରେ ଶୁବମନ ଗିଲ୍ ଧମାକେଦାର ବ୍ୟାଟିଂ କରିଛନ୍ତି । ୬୦ ବଲରେ ୧୨୯ ରନ୍ କରି ଗୁଜରାଟକୁ ଫାଇନାଲରେ ପହଞ୍ଚାଇଛନ୍ତି ଗିଲ । ମ୍ୟାଚ ସରିବା ପରେ ଗିଲଙ୍କ କାନରେ ସଚିନ କିଛି କହୁଥିବାର ଭିଡିଓ ଭାଇରଲ ହେଉଛି ।
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ ଶୁବମନ ଗିଲ୍ ଆଇପିଏଲ୍ ୨୦୨୩ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଛନ୍ତି । ଆଉ ଚଳିତ ଆଇପିଏଲ୍ରେ ଶୁବମନ ଗିଲ ରେକର୍ଡ କରିଛନ୍ତି । କ୍ୱାଲିଫାୟର ମ୍ୟାଚରେ ଧମାକେଦାର ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସର ସ୍ୱପ୍ନକୁ ଧୂଳିସାତ କରିଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ୬୦ ବଲରେ ୧୨୯ ରନ୍ ବଳରେ ଗୁଜରାଟଙ୍କ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି । ଶୁବମନ ଚଳିତ ଆଇପିଏଲ୍ ସିଜିନରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ହୋଇଛନ୍ତି। ଶୁବମନ ଆଇପିଏଲ୍ ୨୦୨୩ରେ ୮୫୧ ରନ୍ କରିଛନ୍ତି ।
ଶୁବମନ ମୁମ୍ବାଇ ବିପକ୍ଷ କ୍ୱାଲିଫାୟର ମ୍ୟାଚରେ ୬୦ ବଲରେ ୧୨୯ ରନ୍ ଖେଳିଥିଲେ । ଏହି ମ୍ୟାଚରେ ୭ ଚଉକା ଏବଂ ୧୦ଟି ଛକା ମାରିଛନ୍ତି ଗିଲ । ଆଉ ଶୁବମନଙ୍କ ଶତକ ଯୋଗୁଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି । ହେଲେ ମ୍ୟାଚ ପରେ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ସଚିନ ତେନ୍ଦୁଲକର ତାଙ୍କ ସହିତ ହାତ ମିଶାଇବା ସହିତ କାନରେ କିଛି କହୁଥିବାର ନଜର ଆସିଛନ୍ତି । ଆଉ ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ଅନେକ କଳ୍ପନା ଜଳ୍ପନା କରୁଛନ୍ତି ।
Shubham gill and Sachin Tendulkar after match hand shake 🤝#ipl2023 #ShubmanGill #mivsgt #Qualifier2 #gillsara pic.twitter.com/IpkEaL6Ab7
— Ahmad Ali (@AhmadAl28625646) May 26, 2023
ଗୁଜରାଟ ଟିମ୍ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି । ଏଥର ଫାଇନାଲରେ ମୁହାଁମହିଁ ହେବେ ଗୁଜରାଟ ଏବଂ ଚେନ୍ନାଇ ।
ସୂଚନାଯୋଗ୍ୟ, ଗୁଜରାଟ ଏବଂ ବାଙ୍ଗାଲୋର ମ୍ୟାଚରେ ଆରସିବି ହାରିବା ପରେ କୋହଲିଙ୍କ ଫ୍ୟାନ୍ସ ଶୁବମନ ଗିଲଙ୍କ ଭଉଣୀକୁ ଟାର୍ଗେଟ କରିଥିଲେ । ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ଆରସିବି ପ୍ଲେ ଅଫରୁ ବାଦ୍ ପଡିଥିଲା । ଆଉ ଆରସିବି ହାରିବା ପରେ ଶୁବମନ ଗିଲଙ୍କ ଭଉଣୀଙ୍କୁ ଟାର୍ଗେଟ କରିଥିଲେ ଟ୍ରୋଲର୍ସ । ସୋସିଆଲ ମିଡିଆ ୟୁଜର୍ସ ଶୁଭମନ୍ ଗିଲ୍ଙ୍କ ଭଉଣୀ ଶାହନିଲ୍ ଗିଲ୍ଙ୍କୁ ତାଙ୍କ ପୋଷ୍ଟରେ ଆଡୁସାଡୁ କମେଣ୍ଟ୍ କରିଥିଲେ। ବିଶେଷ କରି ମ୍ୟାଚ୍ ସରିବା ପରେ ଶାହନିଲ୍ ଯେଉଁ ପୋଷ୍ଟ୍ କରିଥିଲେ ସେଥିରେ ତାଙ୍କୁ ଅନେକ କମେଣ୍ଟ ମିଳିଥିଲା ।