କ୍ରୀଡା

କାଶ୍ମୀରର ରାସ୍ତାରେ କ୍ରିକେଟ ଖେଳୁଥିବାର ନଜର ଆସିଲେ ସଚିନ ତେନ୍ଦୁଲକର, ଭାଇରାଲ ହେଉଛି ଭିଡିଓ

ଭାରତୀୟ କ୍ରିକେଟ୍ ଟିମରେ ଅନେକ ଖେଳାଳି ଖେଳିବାକୁ ଆସିଛନ୍ତି ଏବଂ ପରେ ଅବସର ମଧ୍ୟ ନେଇଛନ୍ତି । କିନ୍ତୁ କିଛି ଖେଳାଳିଙ୍କ ପ୍ରଦର୍ଶନ ଏଭଳି ହୋଇଥାଏ ଯେ ସେମାନେ କ୍ରିକେଟ୍ ଫ୍ୟାନ୍ସଙ୍କ ହୃଦୟରେ ଜୀବନସାରା ପାଇଁ ରହିଯାନ୍ତି । ଯଦିଓ ଏହିପରି କିଛି ଖେଳାଳିମାନେ ଏବେ କ୍ରିକେଟ୍ ଟିମରୁ ଅବସର ନେଇଯାଇଛନ୍ତି, ତଥାପି ଆଜି ମଧ୍ୟ ସେମାନଙ୍କ ଫ୍ୟାନ୍ସମାନେ ସେମାନଙ୍କୁ ପ୍ରଶଂସା କରିବା ବନ୍ଦ କରନ୍ତି ନାହିଁ ଏବଂ ପ୍ରାୟତଃ ସେମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

ଏହିପରି ଜଣେ ଖେଳାଳି ହେଉଛନ୍ତି ସଚିନ ତେନ୍ଦୁଲକର, ଯାହାଙ୍କୁ ଗଡ୍ ଅଫ କ୍ରିକେଟ୍ ବୋଲି କୁହାଯାଏ । ସଚିନଙ୍କର ଫ୍ୟାନ ଫଲୋଇଙ୍ଗ କେତେ ଅଧିକ ତାହା ତ ସମସ୍ତେ ଜାଣନ୍ତି । ତେବେ ବର୍ତ୍ତମାନ ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓରେ ଏଭଳି କ’ଣ ଅଛି ଯେ ଏହା ସୋସିଆଲ ମିଡିଆରେ ଏତେ ଜୋରସୋରରେ ଭାଇରାଲ ହେଉଛି । କାରଣ ଏହି ନୂଆ ଭିଡିଓରେ ସଚିନ ତେନ୍ଦୁଲକର କ୍ରିକେଟ ଖେଳୁଛନ୍ତି । ଭିଡିଓରେ ସଚିନ କାଶ୍ମୀରର ରାସ୍ତା ଉପରେ କିଛି ସ୍ଥାନୀୟ ଲୋକଙ୍କ ସହ କ୍ରିକେଟ୍ ଖେଳୁଛନ୍ତି । ବାସ୍ତବରେ ସଚିନ କାଶ୍ମୀର ରାସ୍ତାରେ ଯାଉଥିବା ସମୟରେ କିଛି ସ୍ଥାନୀୟ ଲୋକଙ୍କୁ କ୍ରିକେଟ ଖେଳୁଥିବାର ଦେଖିଥିଲେ ।

ତାଙ୍କୁ ଦେଖି ସଚିନ ତେନ୍ଦୁଲକର ନିଜକୁ ଅଟକାଇ ପାରିଲେ ନାହିଁ ଏବଂ କାରରୁ ଓହ୍ଲାଇ ସେ ଏହି ଲୋକମାନଙ୍କୁ ପଚାରିଲେ, ‘ଆମେ ଖେଳିବା କି?’ ଏହା ପରେ ଜଣେ ବ୍ୟକ୍ତି ତାଙ୍କୁ ଏକ ବ୍ୟାଟ୍ ଦେଇଥିଲେ ଏବଂ ପରେ ଆରମ୍ଭ ହୋଇଥିଲା କ୍ରିକେଟ୍ ମ୍ୟାଚ । ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଅନେକ ସଟ୍ ମାରିଥିଲେ । ଶେଷ ସଟ୍ ମାରିବା ସମୟରେ ସଚିନ ବ୍ୟାଟକୁ ଓଲଟା ଧରି ମଧ୍ୟ ସଟ୍ ମାରିଥିଲେ ତଥାପି ଶେଷ ପର୍ଯ୍ୟନ୍ତ ତାଙ୍କୁ କେହି ଆଉଟ କରି ପାରିନଥିଲେ । ତେବେ ସୂଚନା ଅନୁଯାୟୀ ଏହି ଭିଡିଓ ଗୁଲମାର୍ଗର ବୋଲି ଜଣାପଡିଛି ।

ଏହି ଭିଡିଓକୁ ସଚିନ ତେନ୍ଦୁଲକର ନିଜ ସୋସିଆଲ ମିଡିଆ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ ଅର୍ଥାତ ପୂର୍ବରୁ ଥିବା ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି, ‘କ୍ରିକେଟ୍ ଏବଂ କାଶ୍ମୀର: ସ୍ୱର୍ଗରେ ଏକ ମ୍ୟାଚ୍ ।’ ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଥିବା ଅନ୍ୟ ହ୍ୟାଣ୍ଡେଲମାନଙ୍କରେ ମଧ୍ୟ ଖୁବ ସେୟାର କରାଯାଉଛି । ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି – କ୍ରିକେଟର ଭଗବାନ ସ୍ୱର୍ଗରେ କ୍ରିକେଟ୍ ଖେଳୁଛନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ବାଃ ସଚିନ୍ ପାଜି, ତୁସି ଗ୍ରେଟ ହୋ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ତାଙ୍କୁ କେବେ ବ୍ୟାଟରୁ ଦୂରରେ ରଖାଯାଇପାରିବ ନାହିଁ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

15 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

34 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

42 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

58 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago