ଦେଶ ବିଦେଶ

ଭଉଣୀକୁ କପି ଯୋଗାଇବା ପାଇଁ ଭାଇ ସାଜିଥିଲା ନକଲି ପୋଲିସ, ଭୁଲ୍‌ ଢଙ୍ଗରେ ସାଲ୍ୟୁଟ୍‌ ମାରିବା ପଡ଼ିଲା ମହଙ୍ଗା

ମହାରାଷ୍ଟ୍ରର ଅକୋଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଦ୍ୱାଦଶ ପରୀକ୍ଷାରେ ଭଉଣୀକୁ କପି ଯୋଗାଇବା ପାଇଁ ଜଣେ ଯୁବକ ନକଲି ପୋଲିସ କର୍ମୀ ସାଜିଥିଲେ । ପରୀକ୍ଷା କେନ୍ଦ୍ରରେ ଯେତେବେଳେ ସେ ଅଧିକାରୀମାନଙ୍କୁ ସାଲ୍ୟୁଟ୍‌ ମାରିଥିଲେ, ତ ତାଙ୍କ ସାଲ୍ୟୁଟ୍‌ ମାରିବାର ଶୈଳୀରୁ ସେ ଧରାପଡ଼ିଥିଲେ । ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ମୁତାବକ, ଅକୋଲାସ୍ଥିତ ଏକ ଊର୍ଦ୍ଦୁ ହାଇସ୍କୁଲରେ ଦ୍ୱାଦଶ ପରୀକ୍ଷା ଚାଲିଥିଲା । ଏଠାରେ ଜଣେ ଯୁବକ ପରୀକ୍ଷା ସମୟରେ ପୋଲିସ ବର୍ଦ୍ଦି ପିନ୍ଧି ପହଞ୍ଚିଥିଲେ । ପରୀକ୍ଷା କେନ୍ଦ୍ରରେ ଯେତେବେଳେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ, ସେ ସେମାନଙ୍କୁ ଦେଖି ସାଲ୍ୟୁଟ୍‌ ମାରିଥିଲେ । ହେଲେ ସାଲ୍ୟୁଟ୍‌ ମାରିବାର ଢଙ୍ଗ ତାଙ୍କର ଭୁଲ୍‌ ଥିଲା ।

ଅଧିକାରୀମାନେ କହିଛନ୍ତି ଯେ ଧରାପଡ଼ିଥିବା ଯୁବକଙ୍କ ନାମ ଅନୁପମ୍‌ ମଦନ ଖଣ୍ଡାରେ । ତାଙ୍କ ବୟସ ୨୪ । ସେ ପାଙ୍ଗରା ବାନ୍ଦିରେ ରୁହନ୍ତି । ଊର୍ଦ୍ଦୁ ହାଇସ୍କୁଲରେ ତାଙ୍କ ଭଉଣୀ ପରୀକ୍ଷା ଦେଉଥିଲେ । ସେ ଭଉଣୀକୁ କପି ଯୋଗାଇବା ପାଇଁ ନକଲି ପୋଲିସ ସାଜି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ଅନୁପମ କେନ୍ଦ୍ର ଭିତରେ ବୁଲୁଥିଲେ । ଏହି ସମୟରେ କେନ୍ଦ୍ରର ସୁରକ୍ଷା ପାଇଁ ପାତୁର ଥାନା ଇନ୍ସପେକ୍ଟର କିଶୋର ଶେଲକେ ନିଜ ଟିମ୍‌ ସହିତ ସେଠାରେ ପହଞ୍ଚିଥିଲେ । ବରିଷ୍ଠ ଅଧିକାରୀଙ୍କୁ ଦେଖି ଅନୁପମ ସାଲ୍ୟୁଟ୍‌ ମାରିଥିଲେ । ହେଲେ ଅଧିକାରୀ ତାଙ୍କ ସାଲ୍ୟୁଟ୍‌ ଦେଖି ସନ୍ଦେହ ପ୍ରକାଶ କରିଥିଲେ ।

ଯୁବକ ଜଣକ ଯେଉଁ ବର୍ଦ୍ଦି ପିନ୍ଧିଥିଲେ, ସେଥିରେ ଲାଗିଥିବା ନେମ୍‌ ପ୍ଲେଟ୍‌ ମଧ୍ୟ ଭୁଲ୍‌ ଥିଲା । ଏହି ଘଟଣାରେ ପୋଲିସ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁୁଜୁ କରି ତାଙ୍କୁ ଗିରଫ କରିଛି ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

15 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

34 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

42 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

59 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago