କ୍ରୀଡା

IPL 2021 ରେ ନଜର ଆସିପାରନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ନିଲାମୀ ପାଇଁ ବେସ୍ ପ୍ରାଇସ ରଖିଛନ୍ତି ଏତିକି ଲକ୍ଷ

ଆଇପିଏଲ ପାଇଁ ଫେବ୍ରୁଆରୀ ୧୮ରୁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ୧୦୯୭ ଜଣ ଖେଳାଳି ରେଜିଷ୍ଟ୍ରେସନ କରିସାରିଲେଣି। ଏମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସାମିଲ ରହିଛନ୍ତି । ବିସିସିଆଇର କହିବାନୁସାରେ ମୋଟ ୮୧୪ ଭାରତୀୟ ଓ ୨୮୩ ବିଦେଶୀ ଖେଳାଳି ନିଜର ନାଁ ଦେଇଛନ୍ତି ।

ଚଳିତ ଆଇପିଏଲରେ ଅର୍ଜୁନ ତେନ୍ଦୁଲକର ଖେଳୁଥିବା ନଜର ଆସିଲେ ଚକିତ କଲା ଭଳି କଥା ନୁହେଁ । ଖବର ମୁତାବକ, ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ୧୮ ଫେବ୍ରୁଆରୀରେ ହେବାକୁ ଥିବା ନିଲାମୀ ପ୍ରକ୍ରିୟାରେ ନିଜର ରେଜିଷ୍ଟ୍ରସନ କରାଯାଇଛନ୍ତି। ସେ ନିଜର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରଖିଛନ୍ତି ।

ଅର୍ଜୁନ ଆଇପିଏଲରେ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସର ନେଟ୍ ବୋଲର ରହି ଆସିଛନ୍ତି । ସେ ଚଳିତ ବର୍ଷ ସୟଦ ମୁସ୍ତାକ ଅଳ୍ଲୀ ଟ୍ରଫି ମଧ୍ୟ ଖେଳିଛନ୍ତି । ବାମହାତୀ ବୋଲର ଅର୍ଜୁନ ଏହି ଟୁର୍ଣ୍ଣାମେଣ୍ଟରେ ୩ ଓଭରରେ ୩୪ ରନ୍ ବ୍ୟୟ କରି ଗୋଟିଏ ଓ୍ୱିକେଟ୍ ନେଇଥିଲେ । ଏହି ନିଲାମ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମଧ୍ୟରେ ହେବ । ଭାରତୀୟ ସମୟାନୁସାରେ ଦିନ ୩ଟାରେ ଏହା ଆରମ୍ଭ ହେବ । କିଙ୍ଗସ୍ ଏକାଦଶ ପଞ୍ଜାବ ସର୍ବାଧିକ ୫୩.୨୦ ଟଙ୍କା ଧରି ନିଲାମକୁ ଓହ୍ଲାଇବ । ସେହିପରି ଆରସିବି ୩୫.୯୦ କୋଟି, ରାଜସ୍ଥାନ ରୟାଲ୍ସ ୩୪.୮୫ କୋଟି, ସିଏସକେ ୨୨.୯୦ କୋଟି ଓ ମୁମ୍ବାଇ ୧୫.୩୫ କୋଟି ଏବଂ ଦିଲ୍ଲୀ ୧୨.୯ କୋଟି ଧରି ନିଲାମରେ ସାମିଲ ହେବ । ସେହିପରି କେକେଆର ଓ ଏସଆରଏଚ ୧୦.୭୫ କୋଟି ଟଙ୍କା ଧରି ନିଲାମ ପ୍ରକ୍ରିୟାରେ ସାମିଲେ ହେବେ ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ ଭାରତରେ ଆୟୋଜନ ହେବାର ସମ୍ଭାବନା ରହିଛି । କରୋନା ମହାମାରୀ ପାଇଁ ଗତ ସଂସ୍କରଣ ଦୁବାଇରେ ଆୟୋଜିତ ହୋଇଥିଲା ।

Swagatika

Recent Posts

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

2 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

2 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

2 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

3 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

3 hours ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

5 hours ago