କ୍ରୀଡା

ମୋଟା ଯୋଗୁଁ ଫ୍ୟାନ୍ସ ଉଡାଇଥିଲେ ମଜାକ୍‌, କମାଲ୍‌ ଫିଲ୍ଡିଂ କରି ଫ୍ୟାନ୍ସଙ୍କୁ ଫ୍ଲାଇଂ କିସ୍‌ ଦେଲେ ସରଫରାଜ : ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟ ଟିମର ମଧ୍ୟକ୍ରମ ବ୍ୟାଟର ସରଫରାଜ ଖାନ ଫିଲ୍ଡିଂରେ କମାଲ କରି ଦେଖାଇଛନ୍ତି । ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ବ୍ୟାଟିଂରେ କମାଲ କରିପାରିନଥିଲେ ସତ କିନ୍ତୁ ଫିଲ୍ଡିଂରେ ଏହାର ଭରଣ କରିଛନ୍ତି । ସରଫରାଜ ଇଂଲଣ୍ଡ ଦ୍ୱିତୀୟ ପାଳିରେ ୨ଟି କ୍ୟାଚ ଧରିଥିଲେ । କିନ୍ତୁ ଟମ୍‌ ହାର୍ଟଲୀଙ୍କ କ୍ୟାଚ ଯେଉଁ ଅନ୍ଦାଜରେ ଧରିଥିଲେ, ତାହାକୁ ନେଇ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି ।

ସରଫରାଜଙ୍କ ମୋଟାପଣ ପାଇଁ ଲୋକ ତାଙ୍କ ମଜାକ ଉଡାଉଥିଲେ । କିନ୍ତୁ ଏବେ ସେହି ଲୋକ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ସରଫରାଜ ଇଂଲଣ୍ଡ ବିପକ୍ଷ ମ୍ୟାଚର ତୃତୀୟ ଦିନରେ ପ୍ରଥମେ ଓପନର ବେନ ଡକେଟଙ୍କ କ୍ୟାଚ ଧରିଥିଲେ । ଏହାପରେ ଟମ୍‌ ହାର୍ଟଲୀଙ୍କ କ୍ୟାଚ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ହାର୍ଟଲୀଙ୍କ କ୍ୟାଚକୁ ଡ୍ରାଇଭ ମାରି ଧରିବା ପରେ ଛିଡା ହୋଇ ଦର୍ଶକଙ୍କ ଆଡକୁ ମୁହଁ କରି ଫ୍ଲାଇଂ କିସ୍‌ କରିଥିଲେ । ଯାହାକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି ।

ନିଜ କ୍ୟାରିଅର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳୁଥିବା ସରଫରାଜ ଖାନ ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଫିଲ୍ମଡିର ସମୟରେ ହେଲମେଟ୍‌ ପିନ୍ଧିନଥିଲେ । ଏହି ସମୟରେ ରୋହିତ ଶର୍ମା ତାଙ୍କୁ ଚିଡାଇଥିଲେ । ସରଫରାଜ କୁଲଦୀପଙ୍କ ବୋଲିଂ ସମୟରେ ବ୍ୟାଟରଙ୍କ ନିକଟରେ ଫିଲ୍ଡିଂ କରୁଥିଲେ । ଏହାକୁ ନେଇ ରୋହିତ କହିଥିଲେ, ଆରେ ଭାଇ ହିରୋ ହୁଅନ୍ତି, ହେଲମେଟ ପିନ୍ଧ । ଏହାପରେ ସରଫରାଜ ତୁରନ୍ତ ରୋହିତଙ୍କ କଥା ମାନି ହେଲମେଟ ପିନ୍ଧି ନେଇଥିଲେ ।

ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଆଜି ୪ର୍ଥ ଦିନ । ଭାରତକୁ ୧୯୨ ରନର ଟାର୍ଗେଟ ଦେଇଛି ଇଂଲଣ୍ଡ । ଭାରତ ୩ ଓ୍ଵିକେଟ ହରାଇ ୧୧୫ ରନ୍‌ କରିସାରିଛି । ଭାରତର ଦ୍ୱିତୀୟ ପାଳିରେ ରୋହିତ ଶର୍ମା ୫୫ ରନ୍‌, ଜୟସ୍ୱାଲ ୩୭ ରନ୍‌ କରି ଆଉଟ୍‌ ହୋଇଛନ୍ତି । ସେହିପରି ରଜତ ପାଟିଦାର ୦ରେ ଆଉଟ ହୋଇଥିବା ବେଳେ ଗିଲ୍‌ ଏବଂ ଜାଡେଜା ପାଳି ସମ୍ଭାଳିଛନ୍ତି ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago