ମୋଟା ଯୋଗୁଁ ଫ୍ୟାନ୍ସ ଉଡାଇଥିଲେ ମଜାକ୍, କମାଲ୍ ଫିଲ୍ଡିଂ କରି ଫ୍ୟାନ୍ସଙ୍କୁ ଫ୍ଲାଇଂ କିସ୍ ଦେଲେ ସରଫରାଜ : ଦେଖନ୍ତୁ ଭିଡିଓ
ସରଫରାଜଙ୍କ ମୋଟାପଣ ପାଇଁ ଲୋକ ତାଙ୍କ ମଜାକ ଉଡାଉଥିଲେ । କିନ୍ତୁ ଏବେ ସେହି ଲୋକ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ହାର୍ଟଲୀଙ୍କ କ୍ୟାଚକୁ ଡ୍ରାଇଭ ମାରି ଧରିବା ପରେ ଛିଡା ହୋଇ ଦର୍ଶକଙ୍କ ଆଡକୁ ମୁହଁ କରି ଫ୍ଲାଇଂ କିସ୍ କରିଥିଲେ ସରଫରାଜ । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି ।

ଭାରତୀୟ କ୍ରିକେଟ ଟିମର ମଧ୍ୟକ୍ରମ ବ୍ୟାଟର ସରଫରାଜ ଖାନ ଫିଲ୍ଡିଂରେ କମାଲ କରି ଦେଖାଇଛନ୍ତି । ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ବ୍ୟାଟିଂରେ କମାଲ କରିପାରିନଥିଲେ ସତ କିନ୍ତୁ ଫିଲ୍ଡିଂରେ ଏହାର ଭରଣ କରିଛନ୍ତି । ସରଫରାଜ ଇଂଲଣ୍ଡ ଦ୍ୱିତୀୟ ପାଳିରେ ୨ଟି କ୍ୟାଚ ଧରିଥିଲେ । କିନ୍ତୁ ଟମ୍ ହାର୍ଟଲୀଙ୍କ କ୍ୟାଚ ଯେଉଁ ଅନ୍ଦାଜରେ ଧରିଥିଲେ, ତାହାକୁ ନେଇ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି ।
ସରଫରାଜଙ୍କ ମୋଟାପଣ ପାଇଁ ଲୋକ ତାଙ୍କ ମଜାକ ଉଡାଉଥିଲେ । କିନ୍ତୁ ଏବେ ସେହି ଲୋକ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ସରଫରାଜ ଇଂଲଣ୍ଡ ବିପକ୍ଷ ମ୍ୟାଚର ତୃତୀୟ ଦିନରେ ପ୍ରଥମେ ଓପନର ବେନ ଡକେଟଙ୍କ କ୍ୟାଚ ଧରିଥିଲେ । ଏହାପରେ ଟମ୍ ହାର୍ଟଲୀଙ୍କ କ୍ୟାଚ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ହାର୍ଟଲୀଙ୍କ କ୍ୟାଚକୁ ଡ୍ରାଇଭ ମାରି ଧରିବା ପରେ ଛିଡା ହୋଇ ଦର୍ଶକଙ୍କ ଆଡକୁ ମୁହଁ କରି ଫ୍ଲାଇଂ କିସ୍ କରିଥିଲେ । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି ।
Super fielding from Sarfaraz Khan! 🤯 👊@ImRaina would be proud of that catch as #TeamIndia continue to take wickets in the 4th Test 🙌#INDvsENG #IDFCFirstBankTestSeries #BazBowled #JioCinemaSports pic.twitter.com/sXRPTPgwZA
— JioCinema (@JioCinema) February 25, 2024
ନିଜ କ୍ୟାରିଅର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳୁଥିବା ସରଫରାଜ ଖାନ ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଫିଲ୍ମଡିର ସମୟରେ ହେଲମେଟ୍ ପିନ୍ଧିନଥିଲେ । ଏହି ସମୟରେ ରୋହିତ ଶର୍ମା ତାଙ୍କୁ ଚିଡାଇଥିଲେ । ସରଫରାଜ କୁଲଦୀପଙ୍କ ବୋଲିଂ ସମୟରେ ବ୍ୟାଟରଙ୍କ ନିକଟରେ ଫିଲ୍ଡିଂ କରୁଥିଲେ । ଏହାକୁ ନେଇ ରୋହିତ କହିଥିଲେ, ଆରେ ଭାଇ ହିରୋ ହୁଅନ୍ତି, ହେଲମେଟ ପିନ୍ଧ । ଏହାପରେ ସରଫରାଜ ତୁରନ୍ତ ରୋହିତଙ୍କ କଥା ମାନି ହେଲମେଟ ପିନ୍ଧି ନେଇଥିଲେ ।
🔊 Hear this! Rohit does not want Sarfaraz to be a hero?🤔#INDvsENG #IDFCFirstBankTestSeries #BazBowled #JioCinemaSports pic.twitter.com/ZtIsnEZM67
— JioCinema (@JioCinema) February 25, 2024
ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଆଜି ୪ର୍ଥ ଦିନ । ଭାରତକୁ ୧୯୨ ରନର ଟାର୍ଗେଟ ଦେଇଛି ଇଂଲଣ୍ଡ । ଭାରତ ୩ ଓ୍ଵିକେଟ ହରାଇ ୧୧୫ ରନ୍ କରିସାରିଛି । ଭାରତର ଦ୍ୱିତୀୟ ପାଳିରେ ରୋହିତ ଶର୍ମା ୫୫ ରନ୍, ଜୟସ୍ୱାଲ ୩୭ ରନ୍ କରି ଆଉଟ୍ ହୋଇଛନ୍ତି । ସେହିପରି ରଜତ ପାଟିଦାର ୦ରେ ଆଉଟ ହୋଇଥିବା ବେଳେ ଗିଲ୍ ଏବଂ ଜାଡେଜା ପାଳି ସମ୍ଭାଳିଛନ୍ତି ।