ଗଛ ବଞ୍ଚିଲେ ଆମେ ବଞ୍ଚିବା: ବର୍ତମାନ ସଜାଗ ନରହିଲେ ଭୋଗିବାକୁ ପଡିବ ଅନେକ ସମସ୍ୟା

ନିଆଁ ଖାଇଦେଉଛି ଜଙ୍ଗଲ । ନିଆଁର କରାଳ ଆଁ ଭିତରେ ଧ୍ୱଂସପାଇ ଯାଉଛି ସବୁଜ ବନାନୀ । ନଷ୍ଟ ହେଉଛି ଶହଶହ ବର୍ଷର ପୁରୁଣା ଗଛ । ନଷ୍ଟ ହେଉଛି ପରିବେଶ ପରିବର୍ତନ ହେଉଛି ଜଳବାୟୁ । କମିଯାଉଛି ଅମ୍ଳଜାନ ସ୍ତର । ବର୍ତମାନ ସଜାଗ ନରହିଲେ ଭୋଗିବାକୁ ପଡିବ ଅନେକ ସମସ୍ୟା ।

ପାଟଣାଗଡ଼(କେନ୍ୟୁଜ): ନିଆଁ ଖାଇଦେଉଛି ଜଙ୍ଗଲ । ନିଆଁର କରାଳ ଆଁ ଭିତରେ ଧ୍ୱଂସପାଇ ଯାଉଛି ସବୁଜ ବନାନୀ । ନଷ୍ଟ ହେଉଛି ଶହଶହ ବର୍ଷର ପୁରୁଣା ଗଛ । ନଷ୍ଟ ହେଉଛି ପରିବେଶ ପରିବର୍ତନ ହେଉଛି ଜଳବାୟୁ । କମିଯାଉଛି ଅମ୍ଳଜାନ ସ୍ତର । ବର୍ତମାନ ସଜାଗ ନରହିଲେ ଭୋଗିବାକୁ ପଡିବ ଅନେକ ସମସ୍ୟା ।  କିପରି ଜଙ୍ଗଲରେ ନିଆଁ ନଲାଗିବ ସେଥିପାଇଁ ନିଜେ ସଜାଗ ହେବା ସହିତ ବନବିଭାଗ ଲୋକଙ୍କୁ କରୁଛନ୍ତି ସଚେତନ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନଖଣ୍ଡ ନର୍ସରୀଠାରେ ଜଙ୍ଗଲ ବିଭାଗ କର୍ମଚାରୀ, ନିର୍ବାଚିତ ପ୍ରତିନିଧି, ଏସଏଚଜି ମହିଳା ବନସାଥି ଓ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜଙ୍ଗଲରେ କିପରି ନିଆଁ ନଲାଗିବ ଓ ଯଦି ଲାଗେ ତାହେଲେ କିପରି ତାକୁ ଆୟତ୍ତ କରାଯାଇପାରିବ ସେ ବିଷୟରେ ଏକ ସଚେତନ ଶିବିର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ଦ୍ୱାରା ପାଟଣାଗଡ଼ ବନଖଣ୍ଡ ଅଧିକାରୀ ଆନନ୍ଦଚନ୍ଦ୍ର ବିଶିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନତା ଶିବିର ମାଧ୍ୟମରେ ସମସ୍ତଙ୍କୁ ଜଙ୍ଗଲରେ ନିଆଁ କିପରି ଲାଗେ, ଏହାଦ୍ୱାରା କଣ କଣ କ୍ଷତି ହୁଏ ଓ ଏହାକୁ କିପରି ଆୟତ୍ତ କରାଯାଇ ପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

police

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସରକାର ସବୁବେଳେ ତପ୍ତର ଥିବାବେଳେ ଜଙ୍ଗଲ ବିଭାଗ ସହିତ କିଛି ସ୍ବେଛାସେବୀ ସଂଗଠନକୁ ନେଇ ଜଙ୍ଗଲ ନିଆଁ ଲିଭାଇବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇ ଥିବାବେଳେ ଅଧିକ ନିଆଁ ଲାଗିବା କ୍ଷେତ୍ରରେ ଦମକଳ ବାହିନୀର ବି ଜଙ୍ଗଲ ନଆଁ ଲିଭା କାର୍ଯ୍ୟରେ ବେଶ୍ ଭୂମିକା ରହିଥାଏ । ଏହି ବନଗ୍ନି ସଚେତନ ଶିବିରରେ ବନବିଭାଗ ତରଫରୁ କିପରି ପ୍ରଥମେ ନିଆଁ ନଲାଗିବା ପାଇଁ ପଦକ୍ଷେପ ନେବ ଓ ନିଆଁ ଲାଗିଲା ପରେ କଣ କରିବ ସେ ବିଷୟରେ ଡେମୋ ଦେଖାଇଥିବାବେଳେ ଦମକଳ ବାହିନୀ ମଧ୍ୟ ନିଆଁକୁ କିପରି ଆୟତ୍ତ କରିଥାନ୍ତି ସେ ବିଷୟରେ ଲୋକଙ୍କୁ ଡେମୋ ଦେଖାଇଥିଲେ ।

ଗଛ ବଞ୍ଚିଲେ ଆମେ ବଞ୍ଚିବା, ଏଣୁ ଜଙ୍ଗଲ ନିଆଁକୁ ନା, ଏହି ନାରା ନେଇ ଆମେ ସଚେତନ ହେଲେ ସବୁଜ ବନାନୀ ବଞ୍ଚି ରହିବା ସହିତ ଜୀବଜଗତର ଅନେକ ଉନ୍ନତି ଘଟିବ।  ଏଣୁ ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଓ ପରିବେଶ କୁ ସୁସ୍ଥ ରଖିବାକୁ ଆଗେଇ ଆସିବା ।

 

You might also like