Categories: କ୍ରୀଡା

ରକ୍ତରେ ଜୁଡୁବୁଡୁ ହେବା ପରେ ମଧ୍ୟ ଯୋଦ୍ଧା ଭଳି ଖେଳି ଚାଲିଥିଲେ ସେନ ୱାଟସନ, ପରଜୟ ପରେ ବି ଜିତି ନେଲେ ସମସ୍ତଙ୍କ ହୃଦୟ

ଗତ ୧୨ ମେ’ରେ ହୋଇଥିବା ଆଇପିଏଲ୍‌ ୧୨ତମ ସିଜନର ଫାଇନାଲ୍‌ ମ୍ୟାଚ୍‌ । ଟାଇଟଲ୍‌ ଲଢ଼େଇରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରି ୧ ରନ୍‌ରେ ହାରି ଯାଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ତରଫରୁ ଚମତ୍କାର ବ୍ୟାଟିଂ କରିଥିଲେ ଅଲ୍‌ରାଉଣ୍ଡର ସେନ୍‌ ଓ୍ଵାଟ୍‌ସନ୍‌ । ହେଲେ ଶେଷ ମୁହୂର୍ତ୍ତରେ ରନ୍‌ ଆଉଟ୍‌ ହୋଇ ଦଳକୁ ଜିତାଇ ପାରିନଥିଲେ । ଓ୍ଵାଟ୍‌ସନ୍‌ ରନ୍‌ ଆଉଟ୍‌ ହୋଇଯାଇଥିଲେ । ସେ ଠିକ୍‌ ଭାବେ ଦୌଡ଼ି ନପାରି ଆଉଟ୍‌ ହୋଇଯିବାରୁ ଫ୍ୟାନ୍‌ମାନେ ତାଙ୍କ ଉପରେ ରାଗି ଯାଇଥିଲେ । ତେବେ ଓ୍ଵାଟ୍‌ସନ୍‌ ନଦୌଡ଼ି ପାରିବାର କାରଣ ପରେ ଜଣାପଡ଼ିଥିଲା । ଆଉ ସେ କଥା ଜଣାପଡ଼ବା ପରେ ଫ୍ୟାନ୍‌ମାନେ ନିଜକୁ ତ ଦୁଃଖିତ ବୋଲି କହିଥିବେ ଓ ନିଜ ଭୁଲ ବି ବୁଝି ପାରିଥିବେ । ଆଉ ତା ସହିତ ଓ୍ଵାଟ୍‌ସନ୍‌ଙ୍କୁ ସାବାସୀ ମଧ୍ୟ ଦେଇଛନ୍ତି । ଆସନ୍ତୁ ଜାଣିବା କଣ ଥିଲା କାରଣ ।

ଫାଇନାଲ୍‌ ମ୍ୟାଚ୍‌ରେ ଶେଷ ପର୍ଯ୍ୟନ୍ତ ଖୁବ୍‌ ଭଲ ଖେଳିଲେ ଓ୍ଵାଟସନ୍‌ । ହେଲେ କାହାକୁ କହି ନଥିଲେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି ବୋଲି । ଖେଳିବା ବେଳେ ଆଣ୍ଠୁରୁ ରକ୍ତ ବହୁଥିଲା । ତେବେ ପ୍ୟାଡ୍‌ ତଳେ ଲୁଚି ଯାଇଥିଲା ରକ୍ତ । ନିଜେ ଯନ୍ତ୍ରଣା ଭିତରେ ଖେଳୁଥିଲେ ମଧ୍ୟ ଦଳର ସାଥୀ ଖେଳାଳିଙ୍କୁ ମଧ୍ୟ ଏକଥା କହିନଥିଲେ । ସେ ଆଉଟ୍‌ ହୋଇ ଫେରିବା ପରେ ସମସ୍ତେ ତାଙ୍କ ଆଘାତ କଥା ଜାଣିବାକୁ ପାଇଥିଲେ ।

ରିପୋର୍ଟ ଅନୁଯାୟୀ, ମ୍ୟାଚ ପରେ ୱାଟସନଙ୍କ ଗୋଡରେ ୬ଟି ଷ୍ଟିଚ୍‌ ପଡିଥିଲା। ଆଇପିଏଲର ସାଇଟରେ ଥିବା ଫଟୋରୁ ଏହା ଜଣାପଡ଼ିବ ଯେ ତାଙ୍କ ବାମ ଗୋଡ଼ରୁ କେତେ ରକ୍ତ ବହୁଛି। ରକ୍ତ ସ୍ରାବ ଏତେ ଅଧିକ ହେଉଥିଲା ଯେ ପ୍ୟାଡ୍ ପିନ୍ଧିଥିବା ପରେ ମଧ୍ୟ ତାହା ବାହାରକୁ ଦେଖାଯାଉଛି।

ଚେନ୍ନାଇ ଟିମ୍‌ରୁ ୱାଟସନ ଏକ ମାତ୍ର ଖେଳାଳି ଯିଏ କି ଶେଷ ପର୍ଯ୍ୟନ୍ତ ମୁମ୍ବାଇକୁ ସାମ୍ନା କରିଥିଲେ। ବଡ ମ୍ୟାଚରେ ଏହି ବଡ ଖେଳାଳି ୫୯ ବଲରେ ଆଠଟି ଚଉକା ଏବଂ ଚାରିଟି ଛକା ସାହାଯ୍ୟରେ ୮୦ ରନ୍ କରିଥିଲେ। ଅବଶ୍ୟ ୱାଟସନକୁ ତିନିଟି ଜୀବନଦାନ ମିଳିଥିଲା। ଏତେ ପରେ ମଧ୍ୟ ସେ ଚେନ୍ନାଇକୁ ଜିତାଇ ପାରି ନଥିଲେ। ତେଣୁ ନିଜ ଯନ୍ତ୍ରଣା ନୁହେଁ ଦଳକୁ ଜିତାଇ ପାରିନଥିବାର କଷ୍ଟ ତାଙ୍କୁ ଘାରଛି । ଅନ୍ୟପକ୍ଷରେ ଆଘାତ ଯୋଗୁଁ ଆଗାମୀ ବିଶ୍ୱ କପ୍‌ରେ ଓ୍ଵାଟସନ୍‌ ଖେଳି ପାରିବେ କି ନାହିଁ ତାକୁ ନେଇ ସନ୍ଦେହ ଦେଖା ଦେଇଛି ।

ୱାଟସନଙ୍କ ପାଇଁ ଚେନ୍ନାଇର ଜିତିବାର ଆଶା ବଜାୟ ରହିଥିଲା। କିନ୍ତୁ ୧୯ତମ ଓଭରରେ ଚତୁର୍ଥ ବଲରେ ସେ ରନ୍ଆଉଟ ହୋଇଗଲେ। ଶେଷ ଓଭରରେ ୯ ରନ୍ ଏବଂ ଶେଷ ବଲରେ ୨ ରନ୍ ହୋଇପାରିଲା ନାହିଁ। ଏଥିପାଇଁ ଚତୁର୍ଥ ଥର ଆଇପିଏଲର ବିଜୟ ମୁକୁଟ ପିନ୍ଧି ପାରିଲା ନାହିଁ ଚେନ୍ନାଇ।

Pritiparna

Recent Posts

ଦେଖୁ ଦେଖୁ ଆଖି ପିଛୁଳାକେ ଲାଗିଗଲା ନିଆଁ, ହେଲେ କେମିତି?

ବାସୁଦେବପୁର(କେନ୍ୟୁଜ): ବାପ୍ ରେ ବାପ୍ କି ଧୂଆଁ । ଏ କି ଭୟଙ୍କର ଦୃଶ୍ୟ । ବିଚ୍ ରାସ୍ତାରେ ପୁଣି ଆମ୍ବୁଲାନ୍ସଟି…

39 seconds ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି, ଗାଡ଼ିରେ ଭର୍ତ୍ତି ପୂର୍ବରୁ ଜାଣିନିଅନ୍ତୁ ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୮୯ ପଇସା ରହିଛି ।…

15 mins ago

ସବୁଦିନ ପରିବର୍ତ୍ତନ ହେଉଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ବଜାରରେ ମୂଲ୍ୟ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

35 mins ago

ଆଜି ଶପଥ ଗ୍ରହଣ କରିବେ ମୋଦି, ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…

51 mins ago

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ପାଳି, ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଶପଥ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର…

1 hour ago

ସୁପରସଣ୍ଡେରେ ସୁପର ମୁକାବିଲା, ଟି୨୦ ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ସୁପରସଣ୍ଡେରେ ସୁପର ମୁକାବିଲା । ଟି୨୦ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍ଟର । ଆଉ କିଛି ଘଣ୍ଟା ପରେ ପାରମ୍ପରିକ…

1 hour ago