କ୍ରୀଡା

ଲାଇଭ୍‌ ମ୍ୟାଚରେ ଶୁବମନ ଗିଲ୍‌ କଲେ ଧମାକେଦାର ଡ୍ୟାନ୍ସ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ସହିତ ଟେଷ୍ଟ ସିରିଜ ଖେଳୁଛି । ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଇନିଂସରେ ୱେଷ୍ଟଇଣ୍ଡିଜ ଟିମ୍‌ ୧୫୦ ରନରେ ଅଲଆଉଟ୍‌ ହୋଇଛି । ଅଶ୍ୱିନ ସବୁଠାରୁ ଅଧିକ ୫ଟି ଓ୍ଵିକେଟ ନେଇଥିବା ବେଳେ ଜାଡେଜା ୩ଟି ଓ୍ଵିକେଟ ନେଇଛନ୍ତି । ଏହି ମ୍ୟାଚ୍‌ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭାଇରଲ ହେଉଥିବା ଭିଡିଓରେ ଶୁବମନ ଗିଲ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଭାଇରଲ ହେଉଥିବା ଭିଡିଓରେ ୱେଷ୍ଟଇଣ୍ଡିଜର ୬୪ ଓଭରରେ ଶେଷ ଯୋଡି ଭାବେ କନେଓ୍ଵଲ ଏବଂ ଓ୍ଵାରିକ୍କନ ବ୍ୟାଟିଂ କରୁଥିଲେ । ଏହି ସମୟରେ ସଟଲେଗରେ ଫିଲ୍ଡିଂ କରୁଥିବା ବେଳେ ଶୁବମନ ଗିଲ୍‌ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଶୁବମନ ଗିଲଙ୍କ ଏଭଳି ଅନ୍ଦାଜଙ୍କୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

ଏହାଛଡା ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ମହମ୍ମଦ ସିରାଜ କ୍ୟାଚ୍‌ ଧରିଥିବା ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ସବୁ ଭିଡିଓକୁ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।

ଡୋମିନିକା ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ୧୫୦ ରନରେ ୱେଷ୍ଟଇଣ୍ଡିଜ ଟିମ୍‌ ଅଲଆଉଟ୍‌ ହୋଇଯାଇଥିଲା । ଅଶ୍ୱିନଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ୱେଷ୍ଟଇଣ୍ଡିଜ ଟିମ୍‌କୁ ୧୫୦ ରନରେ ଅଲଆଉଟ ହୋଇଛି । ଏହାପରେ ଭାରତ ପ୍ରଥମ ପାଳିରେ ୮୦ ରନ୍‌ କରିଛି ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

26 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

28 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago