ଲାଇଭ୍ ମ୍ୟାଚରେ ଶୁବମନ ଗିଲ୍ କଲେ ଧମାକେଦାର ଡ୍ୟାନ୍ସ, ଭାଇରଲ ହେଉଛି ଭିଡିଓ
ସୋସିଆଲ ମିଡିଆରେ ଭାଇରଲ ହେଉଛି ଶୁବମନ ଗିଲ୍ ଡ୍ୟାନ୍ସ ଭିଡିଓ । ଡୋମିନିକାରେ ଭାରତ -ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ ଲାଇଭ ମ୍ୟାଚରେ ଡ୍ୟାନ୍ସ କଲେ ଶୁବମନ ଗିଲ୍ । ଆଉ ଏହାକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ସହିତ ଟେଷ୍ଟ ସିରିଜ ଖେଳୁଛି । ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଇନିଂସରେ ୱେଷ୍ଟଇଣ୍ଡିଜ ଟିମ୍ ୧୫୦ ରନରେ ଅଲଆଉଟ୍ ହୋଇଛି । ଅଶ୍ୱିନ ସବୁଠାରୁ ଅଧିକ ୫ଟି ଓ୍ଵିକେଟ ନେଇଥିବା ବେଳେ ଜାଡେଜା ୩ଟି ଓ୍ଵିକେଟ ନେଇଛନ୍ତି । ଏହି ମ୍ୟାଚ୍ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭାଇରଲ ହେଉଥିବା ଭିଡିଓରେ ଶୁବମନ ଗିଲ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଭାଇରଲ ହେଉଥିବା ଭିଡିଓରେ ୱେଷ୍ଟଇଣ୍ଡିଜର ୬୪ ଓଭରରେ ଶେଷ ଯୋଡି ଭାବେ କନେଓ୍ଵଲ ଏବଂ ଓ୍ଵାରିକ୍କନ ବ୍ୟାଟିଂ କରୁଥିଲେ । ଏହି ସମୟରେ ସଟଲେଗରେ ଫିଲ୍ଡିଂ କରୁଥିବା ବେଳେ ଶୁବମନ ଗିଲ୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଶୁବମନ ଗିଲଙ୍କ ଏଭଳି ଅନ୍ଦାଜଙ୍କୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।
DO NOT MISS! Keep your eyes 👀 on the right side of the screen, we have a surprise Shubman Gill package for you!
He is truly enjoying the Caribbean atmosphere 🥳 🎉🕺🏻#INDvWIonFanCode #WIvIND pic.twitter.com/jZRlqFdofl
— FanCode (@FanCode) July 12, 2023
ଏହାଛଡା ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ମହମ୍ମଦ ସିରାଜ କ୍ୟାଚ୍ ଧରିଥିବା ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ସବୁ ଭିଡିଓକୁ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।
Lord Shardul gets a wicket!
Superb catch by Ishan Kishan on debut. pic.twitter.com/4waUnllkR1
— Mufaddal Vohra (@mufaddal_vohra) July 12, 2023
ଡୋମିନିକା ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ୧୫୦ ରନରେ ୱେଷ୍ଟଇଣ୍ଡିଜ ଟିମ୍ ଅଲଆଉଟ୍ ହୋଇଯାଇଥିଲା । ଅଶ୍ୱିନଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ୱେଷ୍ଟଇଣ୍ଡିଜ ଟିମ୍କୁ ୧୫୦ ରନରେ ଅଲଆଉଟ ହୋଇଛି । ଏହାପରେ ଭାରତ ପ୍ରଥମ ପାଳିରେ ୮୦ ରନ୍ କରିଛି ।