Below header

ପୁଅ ପାଇଁ ୩ ଲକ୍ଷ ମାଗୁଛନ୍ତି ଅପହରଣକାରୀ: ୮ ଦିନ ହେବ ଥାନା ଆଗରେ ବସିଛନ୍ତି ବାପା ମା’

ନିଖୋଜ ପୁଅକୁ ଖୋଜୁଛନ୍ତି ବାପାମାଆ। ୮ ଦିନ ହେବ ନିଖୋଜ ପୁଅକୁ ଖୋଜୁଛନ୍ତି । ପୁଅକୁ ଖୋଜି ଆଣିବାକୁ ଭୁବନେଶ୍ୱର ମୈତ୍ରୀବିହାର ଥାନା ଆଗରେ ବସି ନ୍ୟାୟ ଭିକ୍ଷା କରୁଛନ୍ତି । ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ନିଖୋଜ ପୁଅକୁ ଖୋଜୁଛନ୍ତି ବାପାମାଆ। ୮ ଦିନ ହେବ ନିଖୋଜ ପୁଅକୁ ଖୋଜୁଛନ୍ତି । ପୁଅକୁ ଖୋଜି ଆଣିବାକୁ ଭୁବନେଶ୍ୱର ମୈତ୍ରୀବିହାର ଥାନା ଆଗରେ ବସି ନ୍ୟାୟ ଭିକ୍ଷା କରୁଛନ୍ତି । ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛନ୍ତି। ଓଡ଼ିଶା ବାହାର ନମ୍ବରରୁ ଏହି ମେସେଜ ଆସିଛି । ପିଲାର ଫଟୋ ମଧ୍ୟ ପଠେଇଛନ୍ତି ଅପହରଣକାରୀ । ସପ୍ତାହେ ମଧ୍ୟରେ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ୩ ଲକ୍ଷ ଟଙ୍କା ଦେଲେ ପୁଅକୁ ଫେରି ପାଇବ ବୋଲି କହୁଛନ୍ତି।

ରାଜଧାନୀର ମୈତ୍ରୀବିହାର ଥାନା ସମ୍ମୁଖରେ ଦମ୍ପତି ଧାରଣାରେ ବସିଛନ୍ତି । ଗତ ଗୁରୁବାରଠୁ କେଉଁ ଆଡ଼େ ଚାଲିଯାଇଛି ପୁଅ। ୮ ଦିନ ତଳେ ମୈତ୍ରୀବିହାର ଥାନାରେ ଅପହରଣ ନେଇ ଅଭିଯୋଗ କରିଥିଲେ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.