Below header

ପ୍ରେମିକ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଦେଖିଦେଲା ପୁଅ, ପିଲାର ଜୀବନ ନେଲା ମା’

ପ୍ରେମିକ ସହିତ ଅସଂଯତ ଅବସ୍ଥାରେ ଥିବା ବେଳେ ଦେଖିଦେଇଥିଲା ୮ ବର୍ଷର ପୁଅ । ଆଉ ସେଥିପାଇଁ ମା’ ନେଲା ନିଜ ପୁଅର ଜୀବନ । ଦିଲ୍ଲୀର ନୋଏଡା ଅଞ୍ଚଳରେ ଏମିତି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଅବୈଧ ସଂପର୍କ ପାଇଁ ରାକ୍ଷସୀ ସାଜିଲା ମା’ । ମହିଳା ଜଣକ ଅନ୍ୟ ପୁରୁଷଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଛୋଟ ପିଲାଟି ଦେଖିଦେବାରୁ ଆଜି ତା’ ଜୀବନ ଚାଲିଯାଇଛି । ଆଉ ନିଜ ଛୁଆକୁ ହତ୍ୟା କରିଛି ଜଣେ ମା’ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ନୋଏଡା ଅଞ୍ଚଳରେ ।

ମା’ ନିଜ ଛୁଆ ପାଇଁ କିଛି ବି କରିପାରେ । ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ଯମ ସହିତ ଲଢିଯାଇପାରେ । ହେଲେ କେବେ ତା’ ପିଲାର ଜୀବନ ନେଇପାରେନି । ହେଲେ ଏଠାରେ କଥା କିନ୍ତୁ ସଂପୂର୍ଣ୍ଣ ଓଲଟା । ଜଣେ ମହିଳା ନିଜ ପ୍ରେମିକଙ୍କ ସହ ଅବୈଧ ଶାରୀରିକ ସମ୍ଭୋଗରେ ବ୍ୟସ୍ତ ଥିବା ବେଳେ ତାଙ୍କ ୮ ବର୍ଷର କୁନିପୁଅ ଏସବୁ ଦେଖି ନେଇଥିଲା । ଏହାପରେ ପ୍ରେମିକ ସହ ମିଶି ପିଲାଟିକୁ ନିର୍ମମ ହତ୍ୟା କରିବା ପାଇଁ ମହିଳା ଜଣକ ଯୋଜନା କରିଥିଲେ ।

ମହିଳା ଜଣକ ପ୍ରଥମେ ପିଲାଟିକୁ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପିଲାଟି ବଞ୍ଚିଯିବାରୁ ତାକୁ ପାଣିରେ ବୁଡ଼ାଇ ହତ୍ୟା କରିଛି ମା ଓ ତାଙ୍କର ପ୍ରେମିକ । ଏହାକୁ ନେଇ ପିଲାଟିର ବାପା ନିଖୋଜ ମାମଲା ନେଇ ପୋଲିସକୁ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ପିଲାର ମୃତଦେହ ଠାବ କରିଥିଲା ।

ପିଲାଟିର ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠାଇଛି ପୋଲିସ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ପିଲାକୁ ପ୍ରଥମେ ବିଷ ଦିଆଯାଇ ମାରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ଚେଷ୍ଟାରେ ଫେଲ ମାରିବାକୁ ପିଲାଟିକୁ ପାଣି ଭିତରେ ବୁଡାଇ ହତ୍ୟା କରାଯାଇଥିଲା । ଏହି ମାମଲାରେ ମହିଳା, ପ୍ରେମିକ ଏବଂ ଅନ୍ୟ ୨ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.