ଶାଶୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବୋହୂ; କହିଲେ ପର ପୁରୁଷ ସହ କାଟୁଛନ୍ତି ରାତି

ରାତି ହେଲେ ରଙ୍ଗଶାଳା ପାଲଟେ ଘର । ପ୍ରତିଦିନ ନୂଆନୂଆ ପୁରୁଷଙ୍କ ଶହ ରାତି କଟାନ୍ତି ଶାଶୁ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଇନ୍ଫୋସିଟି ଅଂଚଳରୁ।

ଭୁବନେଶ୍ୱର (କେନ୍ୟୁଜ): ରାତି ହେଲେ ରଙ୍ଗଶାଳା ପାଲଟେ ଘର । ପ୍ରତିଦିନ ନୂଆନୂଆ ପୁରୁଷଙ୍କ ଶହ ରାତି କଟାନ୍ତି ଶାଶୁ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଇନ୍ଫୋସିଟି ଅଂଚଳରୁ।

ବୋହୂଙ୍କ ଅଭିଯୋଗ ଅନୁଯାୟୀ ବାହାଘର ପର ଠାରୁ ମାନସିକ, ଶାରୀରିକ ଭାବେ ନିର୍ଯାତନା ଦେଉଛନ୍ତି ଶାଶୁ । ଆର୍ଥିକ ସ୍ତରରେ ମୋତେ ଆଉ ମୋ ସ୍ୱାମୀଙ୍କୁ ନିର୍ଯାତନା ଦେଉଛନ୍ତି । ଯେଉଁଥିପାଇଁ ବାଧ୍ୟ ହୋଇ ବାହାରେ ଘର ଭଡା ନେଇ ରହୁଛୁ । ଏପରିକି କୁନି ପୁଅକୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଉଛନ୍ତି । କେବଳ ସେତିକି ନୁହେଁ ସୋସିଆଲ ମିଡ଼ିଆରେ ଲାଇଭ କରି ମୋତେ ଓ ମୋ ସ୍ୱାମୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଏଭଳି ସଙ୍ଗିନୀ ଅଭିଯୋଗ ଆଣି ଇନ୍ଫୋସିଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋହୁ । ଅନ୍ୟପଟେ ଏ ଘଟଣାକୁ ନେଇ ଶାଶୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.