କ୍ରୀଡା

ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି, ‘ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି ’

ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରି ନାହିଁ । ଏଥିରେ ମୋର କୌଣସି ହାତ ନାହିଁ । ଏତିକି କହିଥିଲି କି, ନାଲି ବଲ୍ ଓ ଧଳା ବଲରେ ଅଲଗା ଅଲଗା ଅଧିନାୟକ ରହିବା ଉଚିତ । ବିରାଟ କୋହଲି ୨୦୨୧ ଟି୨୦ ବିଶ୍ୱକପ ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଅଧିନାୟକତ୍ୱ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦିନିକିଆ ଏବଂ ଟେଷ୍ଟରେ ଟିମକୁ ଲିଡ କରିବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ବିସିସିଆଇ ଏହି ନିଷ୍ପତ୍ତିର ଖୁସି ନଥିଲା ।

ବିରାଟ କୋହଲି ଅଧିନାୟକ ପଦରୁ ବିଦା ହେବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କଥାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ ବୋର୍ଡ଼ ସଭାପତି ଥିବା ବେଳେ କୋହଲି ଅଧିନାୟକ ପଦ ଛାଡ଼ିଥିଲେ । ଏହାକୁ ନେଇ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ୨୦୨୧ ଟି୨୦ ବିଶ୍ବକପରେ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହୋଇଯିବାରୁ କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିଲେ । କେବଳ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ରହିବାକୁ ଆଗ୍ରହୀ ଥିଲେ । ସେତେବେଳେ ସେ ରୋହିତ ଶର୍ମାଙ୍କୁ ଟି୨୦ ଦଳର ଅଧିନାୟକ ଦାୟିତ୍ବ ଦେବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି । ହେଲେ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିବା କଥା କେବେବି କହି ନାହାନ୍ତି ବୋଲି ତାଙ୍କ ନିଜ ସୋ ‘ପ୍ରିନ୍ସ ଅଫ୍ ବେଙ୍ଗଲ’ରେ ଗାଙ୍ଗୁଲି କହିଛନ୍ତି ।

ସାଉଥ ଆଫ୍ରିକା ଟୁର ପୂର୍ବରୁ ବିରାଟ କୋହଲିଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଥିଲା । ଗାଙ୍ଗୁଲିଙ୍କ କହିବାନୁଯାୟୀ, କୋହଲିଙ୍କ ସହିତ କଥାବାର୍ତ୍ତା ହେବା ପରେ ଦିନିକିଆ ଅଧିନାୟକରୁ ହଟା ଯାଇଥିଲା । କିନ୍ତୁ କୋହଲିଙ୍କ ବୟାନ କିଛି ଅଲଗା ଥିଲା ।

Swagatika

Recent Posts

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

10 mins ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

38 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

1 hour ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

1 hour ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago