କ୍ରୀଡା

ବିଶ୍ୱକପ- ୨୦୧୧ ଫାଇନାଲ ମ୍ୟାଚ ଜାଣିବୁଝି ହାରିଥିଲା ଶ୍ରୀଲଙ୍କା, ଏମିତି ଏକ ବିବାଦୀୟ ବୟାନ ଦେଲେ ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ଏକ ବିବାଦୀୟପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ ମହୀଦନନ୍ଦା ଅଲୁଥଗାମଗେ ଅଭିଯୋଗ ଆଣିଛନ୍ତିକି ବିଶ୍ୱକପ ଫାଇନାଲ ମ୍ୟାଚ ତାଙ୍କ ଦେଶ ଭାରତକୁ ବିକ୍ରି କରି ଦେଇଥିଲା । ଶ୍ରୀଲଙ୍କାର ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ ଦେଉଥିବା ସାକ୍ଷାତ୍କାର ସମୟରେ ଅଲୁଥଗାମଗେ କହିଛନ୍ତିକି, ୨୦୧୧ ବିଶ୍ୱକପର ଫାଇନାଲ ମ୍ୟାଚ ଏକ ପ୍ରକାର ଫିକ୍ସ ଥିଲା । ତାଙ୍କ ଅନୁଯାୟୀ  ଶ୍ରୀଲଙ୍କା ପକ୍ଷ ୨୦୧୧ ବିଶ୍ୱକପକୁ ଭାରତ ହାତରେ ଏକ ପ୍ରକାର ବିକ୍ରି କରି ଦିଆଯାଇଥିଲା । ପୂର୍ବରୁ ହିଁ ଏହି ମ୍ୟାଚର ଫଳାଫଳ ଏକ ପ୍ରକାର ଫିକ୍ସ ଥିଲା । ସେ ଆହୁରି ମଧ୍ୟ କହିଛନ୍ତିକି, “ମୁଁ ଏହାକୁ ପ୍ରମାଣ ସହ ମଧ୍ୟ ଦାବି କରିପାରିବି । ମୁଁ ଜାଣେ କି, ଶ୍ରୀଲଙ୍କା ବାସୀ ଏହାକୁ ନେଇ ଖୁବ ଚିନ୍ତିତ ଅଛନ୍ତି ।

ଏହା ଜାଣି ବି ମୁଁ ଏହି କଥାର ଖୁଲାସା କରୁଛି ।” ଖେଳମନ୍ତ୍ରୀ ପଦବୀରେ ଥିବା ସମୟରେ ବି ସେ ଥରେ ଏହି ସମାନ କଥା କହିଥିବା ଜଣାଯାଇଛି । ବର୍ତମାନ ସମୟରେ ସରକାରଙ୍କ ବିଦ୍ୟୁତ ରାଜ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ଅଲୁଥାଗାମଗେ କହିଛନ୍ତିକି, ଜଣେ ଦେଶବାସୀ ଭାବେ ଏମିତି କହିବା ହୁଏତ ମୋର ଜମା ବି ଉଚିତ ନଥିଲା । କିନ୍ତୁ ସେସମୟରେ ଆମକୁ ନିଶ୍ଚିତ ରୂପେ ସେହି ମ୍ୟାଚ ଜିତିବା ଦରକାର ଥିଲା । ଅଲୁଥଗାମଗେ ଆହୁରି ମଧ୍ୟ କହିଛନ୍ତିକି , ଏହି ଫିକସିଂରେ ଖେଳାଳିଙ୍କ ବଦଳରେ ଅନ୍ୟମାନେ ସାମିଲ ଥିଲେ । ଏଭଳି ଏକ ଆରୋପକୁ ସେସମୟର କ୍ୟାପଟେନ କୁମାର ସାଙ୍ଗାକାରା ଓ ମାହେଲା ଜଵାବର୍ଦ୍ଧନେ ଟାଳିବା ସହ ଏନେଇ ତାଙ୍କଠାରୁ ପ୍ରମାଣ ମଧ୍ୟ ଦାବି କରିଛନ୍ତି । ନିଜର ଏକ ଟ୍ୱିଟରେ ସାଙ୍ଗାକାରା କହିଛନ୍ତିକି, ମନ୍ତ୍ରୀ ମହୀଦନନ୍ଦା ନିଜେ ଲଗାଇଥିବା ଅଭିଯୋଗକୁ ପ୍ରମାଣ ସହ ଆଇସିସି ଓ ଭ୍ରଷ୍ଟାଚାର ରୋଧି ସଂସ୍ଥା ନିକଟକୁ ନେଇ କରି ଯିବା ଉଚିତ ।ସେହି ମ୍ୟାଚରେ ଶତକ ହାସଲ କରିଥିବା କ୍ୟାପଟେନ ଜୟବର୍ଦ୍ଧନେ ବି ଏହି ଆରୋପକୁ ଖଣ୍ଡନ କରିଛନ୍ତି ।

ସେପଟେ ଦଳର ଅନ୍ୟତମ ଖେଳାଳି ଅର୍ଜୁନ ରଂକୁଟୁଂଗା ବି ୨୦୧୧- ବିଶ୍ୱ କପ ଫାଇନାଲ ମ୍ୟାଚ ଫିକସିଂ ଆରୋପ ନେଇ ଯାଞ୍ଚ ନେଇ ଦାବି କରିଛନ୍ତି । କହିରଖିବା ଉଚିତ ହେବକି, ପ୍ରଥମ ପର୍ଯ୍ୟାୟରେ ଶ୍ରୀଲଙ୍କା ୨୭୪ ରନ ସ୍କୋର କରିଥିବା ବେଳେ, ଭାରତ ଦ୍ଵିତୀୟ ପର୍ଯ୍ୟାୟ ବ୍ୟାଟିଂରେ ଭାରତ ୨୭୫ ରନର ଲକ୍ଷ ନେଇ ଖେଳ ଆରମ୍ଭ କରିଥିବା ବେଳେ ଗୌତମ ଗମ୍ଭୀର ୯୭ ରନ ଓ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ୯୧ ରନ ହାସଲ କରିଥିଲେ । ମୁମ୍ବାଇର ଵାଙ୍ଗଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କାର ତତକାଳୀନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା ।

KNews Bureau

Recent Posts

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

19 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago