କ୍ରୀଡା

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ ଆୟରଲାଣ୍ଡ ବିପକ୍ଷରେ ୫ ଜୁନରେ ରହିଛି । ଏହାପୂର୍ବରୁ ଭାରତୀୟ ଟିମ୍‌ ବାଂଲାଦେଶ ବିପକ୍ଷରେ ଓ୍ଵାର୍ମ ଅପ୍‌ ମ୍ୟାଚ ଆଜି ଖେଳିବ । ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ନ୍ୟୁୟର୍କରେ ପହଞ୍ଚିଯାଇଥିବା ବେଳେ ବିରାଟ କୋହଲି ମଧ୍ୟ ପହଞ୍ଚିଛନ୍ତି । ଆମେରିକାରେ ବିରାଟଙ୍କ ସହିତ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ବିରାଟ ଓ ଅନୁଷ୍କାଙ୍କ ସହିତ ଭାମିକା ଏବଂ ଅକାୟ ମଧ୍ୟ ପହଞ୍ଚିଛନ୍ତି ।

ପ୍ରଥମ ବ୍ୟାଚରେ ଭାରତୀୟ ଟିମ୍‌ ଆମେରିକା ଗସ୍ତ କରିଥିବା ବେଳେ ବିରାଟ କୋହଲି ଯାଇନଥିଲେ । ଟି-୨୦ ବିଶ୍ୱକପ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳି ପ୍ରଥମ ପର୍ଯ୍ୟାୟରେ ନ୍ୟୁୟର୍କ ଗସ୍ତରେ ଯାତ୍ରା କରିଥିଲେ । ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଜଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଶିବମ ଦୁବେ, ଋଷଭ ପନ୍ତ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଖଲୀଲ ଅହମଦ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଏବଂ ଅନ୍ୟ କୋଚିଂ ଷ୍ଟାଫ୍ ସାମିଲ ରହିଥିଲେ।

ତେଣୁ ବିରାଟ ଗତକାଲି ପତ୍ନୀ ଅନୁଷ୍କା ଏବଂ ପିଲାଙ୍କ ସହିତ ଆମେରିକାରେ ପହଞ୍ଚିଛନ୍ତି । ବିରାଟ ଯିବା ପୂର୍ବରୁ ଅନୁଷ୍କା, ଜାହିର ଖାନ, ସାଗରିକା ଘଟକେ ଏବଂ କ୍ରିକେଟ ପ୍ରେଜେଣ୍ଟର ଗୌରବ କପୁରଙ୍କ ସହିତ ଡିନର କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ବିରାଟଙ୍କ ପ୍ରତ୍ୟେକ ମ୍ୟାଚରେ ଅନୁଷ୍କା ଷ୍ଟାଡିୟମରେ ଚିୟର କରିବାକୁ ରୁହନ୍ତି । ଆଇପିଏଲ ସମୟରେ ମଧ୍ୟ ଅନେକ ମ୍ୟାଚରେ ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଷ୍ଟାଣ୍ଡରେ ନଜର ଆସିଥିଲେ । ସେହିପରି ଏଥର ଟି୨୦ ବିଶ୍ୱକପରେ ମଧ୍ୟ ଅନୁଷ୍କା ବିରାଟଙ୍କୁ ଚିୟର କରିବାକୁ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଆଜି ନସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଓ୍ଵାମଅପ୍‌ ମ୍ୟାଚ ହେବ । ତେବେ ଗତ ଦୁଇ ଦିନରେ ନ୍ୟୁୟର୍କରେ ବର୍ଷା ହୋଇଥିଲା । ଆଜିର ପାଣିପାଗ ସ୍ୱଚ୍ଛ ରହିଛି । ବର୍ଷା ହେବାର ସମ୍ଭାବନା ନାହିଁ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Swagatika

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

17 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

21 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

23 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

29 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

41 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

47 mins ago