ରାଜ୍ୟ

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨.୯୭ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ଵରରେ ସର୍ବାଧିକ ଓ ଯାଜପୁରରେ ସର୍ବନିମ୍ନ ଭୋଟଗ୍ରହଣ ହୋଇଛି ।

ବାଲେଶ୍ଵର ଲୋକସଭା ଆସନରେ ୨୭.୬୬ ପ୍ରତିଶତ, ଭଦ୍ରକରେ ୨୧.୫୦, ଜଗତସିଂହପୁର ୨୩.୦୧, ଯାଜପୁର ୧୭.୧୦ , କେନ୍ଦ୍ରାପଡ଼ାରେ ୨୪.୦୩ ପ୍ରତିଶତ ଓ ମୟୂରଭଞ୍ଜରେ ୨୨.୨୫ ପ୍ରତିଶତ ଭୋଟଗ୍ରହଣ ହୋଇଛି । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ଚାଲିଛି ମତଦାନ ।

୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପ୍ରାୟ ଏକ କୋଟି ଭୋଟର। ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୬୬ ଜଣ ସାଂସଦ ପ୍ରାର୍ଥୀ ଓ ୩୯୪ ବିଧାୟକ ପ୍ରାର୍ଥୀ। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସର୍ବାଧିକ ଭୋଟର ଅଛନ୍ତି । ମୋଟ ୯୯ ଲକ୍ଷ ୬୧ ହଜାର ଭୋଟରଙ୍କ ମଧ୍ୟରୁ ୫୦ଲକ୍ଷ ୮୮ ହଜାର ପୁରୁଷ। ମହିଳା ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୭୨ ହଜାର ।

 

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

17 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

25 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

40 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

46 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

60 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago