ସାମ୍ନାକୁ ଆସିଲା ହକି ବିଶ୍ୱବିଜୟୀ ବେଲଜିୟମ୍ ଟିମର ଅନ୍ଧବିଶ୍ୱାସ ! ଫାଇନାଲ ପୂର୍ବ ରାତିରେ ପାଚେରୀ ଡେଇଁ କଳିଙ୍ଗ ଷ୍ଟାଡିୟମରେ ପଶି ଛୁଇଁଥିଲେ ଗୋଲ୍‌ ପୋଷ୍ଟ

ଭୁବନେଶ୍ବର : ଶେଷ ହୋଇଛି ଓଡିଶା ହକି ବିଶ୍ୱକପ୍‌-୨୦୧୮ । ହକିର ବିଶ୍ୱବିଜେତା ହୋଇଛି ବେଲଜିୟମ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରକୁ ବାଏ ବାଏ କରିଛନ୍ତି ଦଳର ଖେଳାଳି । କିନ୍ତୁ ଟିମ୍‌ ଯିବା ପରେ ସାମ୍ନାକୁ ଆସିଛି ରେଡ ଲାୟନ୍ସ ଟିମ୍‌ର ବଡ ସିକ୍ରେଟ୍‌ । ମ୍ୟାଚ ଜିତିବାକୁ ଦଳ ଆପଣେଇ ଥିଲା ଅଭିନବ ପଦକ୍ଷେପ । ଫାଇନାଲ ପୂର୍ବ ରାତିରେ ଦଳର ଖେଳାଳି ଡେଇଁଥିଲେ ହୋଟେଲ ପାଚେରୀ । ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିଲୋମିଟର ରାସ୍ତାକୁ ଚାଲି ଚାଲି ଆସି ଗୋଲ୍‌ ପୋଷ୍ଟକୁ ଛୁଇଁଥିଲେ । ସେମାନଙ୍କ ବିଶ୍ୱାସ ଏଭଳି କଲେ ମ୍ୟାଚକୁ ଜିତି ହେବ ।

ବେଲଜିୟମ ପାଇଁ ଏହା କୌଣସି ନୂଆ ନୁହେଁ । ଗତବର୍ଷ ଓ୍ଵାର୍ଲ୍ଡ ହକି ଲିଗ୍‌ରେ ବି ଦଳ ଆପଣେଇଥିଲା ସମାନ ଫଣ୍ଡା । ସୁରକ୍ଷା କର୍ମୀଙ୍କୁ ନଜଣାଇ ଏଭଳି କରିଥିଲେ ଦଳର ଖେଳାଳି । ଯେଉଁଥିପାଇଁ କମିସନରେଟ ପୋଲିସ ବି ହଟହଟା ହୋଇଥିଲା । ଏଥର କିନ୍ତୁ କମିସନରେଟ ପୋଲିସକୁ ଅବଗତ କରାଇଥିଲା ଦଳ।

ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରେଡ ଲାୟନ୍ସ ବେଲଜିୟମ ଓ ନେଦରଲ୍ୟାଣ୍ଡ। ମ୍ୟାଚ ଡ୍ର ହୋଇଥିଲା । ପରେ ଏଫଆଇଏଚ୍‌ ନିୟମ ଅନୁସାରେ ପ୍ରଥମ ସୁଟ୍‌ ଆଉଟ୍‌ ହୋଇଥିଲା । ଏଥିରେ ବି ମ୍ୟାଚ୍‌ ଡ୍ର-ହୋଇଥିଲା । ପରେ ଆଉ ଏକ ସୁଟ୍‌ ଆଉଟ୍‌ରେ ଗୋଲ୍‌ ଦେଇ ଟ୍ରଫି ଜିତିଲା ବେଲଜିୟମ । ତେଣୁ ଟାଇଟଲ ଜିତିବା ପଛରେ ପାଚେରୀ ଡେଇଁବା ଦଳ ପାଇଁ ଶୁଭ ହୋଇଥିବା ଚର୍ଚ୍ଚା ହେଉଛି ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

5 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

18 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

19 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago