କ୍ରୀଡା

ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ମିଳିବ ହୀରା ବ୍ୟାଟ୍‌, ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିରାଟଙ୍କ ଫ୍ୟାନ୍‌ ଫଲୋଇଂ ଆକାଶଛୁଆଁ। ତେଣୁ ଫ୍ୟାନ୍ସ ବିରାଟଙ୍କ ପାଇଁ କେତେ ବେଳେ କିଛି ବି କରିପାରନ୍ତି । ଏମିତି ଜଣେ ଫ୍ୟାନ୍ସ ବିରାଟଙ୍କୁ ଏଭଳି ଉପହାର ଦେବାକୁ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେିଛନ୍ତି । ବିରାଟ କୋହଲିଙ୍କୁ ହୀରା ବ୍ୟାଟ ଉପହାର ଦେବେ ସୁରତର ଜଣେ ବ୍ୟବସାୟୀ । ବିରାଟଙ୍କୁ ମିଳିବାକୁ ଥିବା ଏହି ବ୍ୟାଟ୍‌ ୧.୦୪ କ୍ୟାରେଟର ଅରିଜିନାଲ ଡାଇମଣ୍ଡ ରହିବ ।

୧୫ ମିଟର ଲମ୍ବା ୫ ମିଟର ଚଉଡା ରହିବ । ଏହାର ଦାମ୍‌ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଡାଇମଣ୍ଡ ଟେକ୍ନୋଲୋଜି ଏକ୍ସପର୍ଟ ଏବଂ ଲେକ୍ସସ ସଫ୍ଟମେକ କମ୍ପାନୀର ନିର୍ଦ୍ଦେଶକ ଉତ୍ପଳ ମିସ୍ତ୍ରୀ ଏହି ବ୍ୟାଟ ନିର୍ମାଣ ଉପରେ ନଜର ରଖିବେ । ଏହି ବ୍ୟାଟକୁ ପ୍ରସ୍ତୁତ କରିବା ପାଇଁ ୧ ମାସ ସମୟ ଲାଗିବ ।

ପୂର୍ବରୁ ବିରାଟଙ୍କୁ ଅନେକ ପ୍ରକାର ଉପହାର ମିଳିଥିବ । କିନ୍ତୁ ଏଭଳି ଗିପ୍ଟ କେବେ ବି ମିଳିନଥିବ । କୋହଲିଙ୍କର ବ୍ୟବସାୟୀ ଜଣକ ସବୁଠାରୁ ବଡ ପ୍ରଶଂସକ ବୋଲି ଏଭଳି ଉପହାର ଦେଉଛନ୍ତି ବୋଲି ଉତ୍ପଳ କହିଛନ୍ତି ।

ବିରାଟ ଏବେ ବିଶ୍ରାମ ନେଇଛନ୍ତି । ୱେଷ୍ଟଇଣ୍ଡିଜ ଟୁର ପରେ କୋହଲି ଏସିଆ କପରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟ କୋହଲି ଏବଂ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏଥିରୁ ବିଶ୍ୱକପ ପାଇଁ ଭାରତ କେତେ ପ୍ରସ୍ତୁତ ତାହା ଜଣାପଡିବ । ୩୦ ଅଗଷ୍ଟରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନେପାଳ । ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଶ୍ରୀଲଙ୍କାରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

ଏସିଆ କପ୍‌ କାର୍ଯ୍ୟସୂଚୀ :

୩୦ ଅଗଷ୍ଟ : ପାକିସ୍ତାନ ବନାମ ନେପାଳ (ମୁଲତାନ)
୩୧ ଅଗଷ୍ଟ : ବାଂଲାଦେଶ ବନାମ ଶ୍ରୀଲଙ୍କା (କ୍ୟାଣ୍ଡି)
୨ ସେପ୍ଟେମ୍ବର : ଭାରତ ବନାମ ପାକିସ୍ତାନ (କ୍ୟାଣ୍ଡି)
୩ ସେପ୍ଟେମ୍ବର: ବାଂଲାଦେଶ ବନାମ ଆଫଗାନିସ୍ତାନ (ଲାହୋର)
୪ ସେପ୍ଟେମ୍ବର : ଭାରତ ବନାମ ନେପାଳ (କ୍ୟାଣ୍ଡି)
୫ ସେପ୍ଟେମ୍ବର : ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ (ଲାହୋର)

Swagatika

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

14 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

16 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

19 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

26 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

40 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago