କ୍ରୀଡା

ଫ୍ୟାନ୍ସଙ୍କୁ ଖୁସି କରିବାକୁ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଲେ ସୂର୍ଯ୍ୟକୁମାର ଯାଦବ, ଫଟୋ ଭାଇରଲ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାରବାଡୋସରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିସାରିଛି ଭାରତ । ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ଫିଲ୍ଡିଂ କରିବାକୁ ଆସିଥିବା ବେଳେ ସଞ୍ଜୁ ସାମସନଙ୍କ ଜର୍ସି ଦେଖି ଫ୍ୟାନ୍ସ ଖୁସିରେ ଝୁମି ଉଠିଥିଲେ । ସଞ୍ଜୁ ସାମସନ ଦିନିକିଆ ମ୍ୟାଚ୍‌ ପାଇଁ ଚୟନ ହୋଇଥିବା ବେଳେ ରୋହିତ ଶର୍ମା ଈଶାନ କିଶନଙ୍କ ଉପରେ ଭରସା କରିଥିଲେ । ସଞ୍ଜୁ ସାମସନ ନ ଖେଳିବାରୁ ଫ୍ୟାନ୍ସ ନିରାଶ ହୋଇପଡିଥିଲେ । ହେଲେ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ସୂର୍ଯ୍ୟକୁମାର ଯାଦବ ଆପଣାଇଥିଲେ ଭିନ୍ନ ଉପାୟ ।

ପ୍ରଥମ ଦିନିକିଆରେ ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଆଉ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ସୂର୍ଯ୍ୟ କୁମାର ଯାଦବ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଏହାକୁ ନେଇ ଫ୍ୟାନ୍ସ ଖୁସିରେ ନାଚି ଉଠିଥିଲେ । ପ୍ଲେଇଂ ଏକାଦଶରେ ସ୍ଥାନ ନ ପାଇ ମଧ୍ୟ ସଞ୍ଜୁ ଖେଳର ଏକ ଅଂଶ ରହିଥିଲେ । ସୂର୍ଯ୍ୟକୁମାରଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି ।

ପ୍ରଥମେ ଟିଭି ପରଦାରେ ସଞ୍ଜୁ ସାମସନଙ୍କ ଜର୍ସି ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ମିମ୍ସି ମଧ୍ୟ ଭାଇରଲ ହୋଇଥିଲା ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା ଭାରତ । ୱେଷ୍ଟଇଣ୍ଡିଜ୍ ମାତ୍ର ୨୩ ଓଭରରେ ୧୧୪ ରନ କରି ଅଲଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ଓ୍ଵିକେଟ, ଜାଡେଜା ୩ଟି ଓ୍ଵିକେଟ ନେଇଥିଲେ ।

ଏହି ସ୍କୋରକୁ ପିଛା କରି ଭାରତ ୨୨.୫ ଓଭରରେ ୫ ଓ୍ଵିକେଟ ହରାଇ ୧୧୫ ରନ କରିଥିଲା । ଈଶାନ କିଶନ ସର୍ବାଧିକ ୫୨ ରନ୍‌ କରିଥିଲେ । ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago