ଫ୍ୟାନ୍ସଙ୍କୁ ଖୁସି କରିବାକୁ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଲେ ସୂର୍ଯ୍ୟକୁମାର ଯାଦବ, ଫଟୋ ଭାଇରଲ
ସଞ୍ଜୁ ସାମସନ ପ୍ରଥମ ଦିନିକିଆରେ ସାମିଲ ନ ହୋଇ ମଧ୍ୟ ହୋଇଥିଲେ ସାମିଲ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦିନିକିଆରେ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ପଡିଆକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ଯାହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଥିଲେ ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାରବାଡୋସରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିସାରିଛି ଭାରତ । ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ଫିଲ୍ଡିଂ କରିବାକୁ ଆସିଥିବା ବେଳେ ସଞ୍ଜୁ ସାମସନଙ୍କ ଜର୍ସି ଦେଖି ଫ୍ୟାନ୍ସ ଖୁସିରେ ଝୁମି ଉଠିଥିଲେ । ସଞ୍ଜୁ ସାମସନ ଦିନିକିଆ ମ୍ୟାଚ୍ ପାଇଁ ଚୟନ ହୋଇଥିବା ବେଳେ ରୋହିତ ଶର୍ମା ଈଶାନ କିଶନଙ୍କ ଉପରେ ଭରସା କରିଥିଲେ । ସଞ୍ଜୁ ସାମସନ ନ ଖେଳିବାରୁ ଫ୍ୟାନ୍ସ ନିରାଶ ହୋଇପଡିଥିଲେ । ହେଲେ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ସୂର୍ଯ୍ୟକୁମାର ଯାଦବ ଆପଣାଇଥିଲେ ଭିନ୍ନ ଉପାୟ ।
ପ୍ରଥମ ଦିନିକିଆରେ ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଆଉ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ସୂର୍ଯ୍ୟ କୁମାର ଯାଦବ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଏହାକୁ ନେଇ ଫ୍ୟାନ୍ସ ଖୁସିରେ ନାଚି ଉଠିଥିଲେ । ପ୍ଲେଇଂ ଏକାଦଶରେ ସ୍ଥାନ ନ ପାଇ ମଧ୍ୟ ସଞ୍ଜୁ ଖେଳର ଏକ ଅଂଶ ରହିଥିଲେ । ସୂର୍ଯ୍ୟକୁମାରଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି ।
ପ୍ରଥମେ ଟିଭି ପରଦାରେ ସଞ୍ଜୁ ସାମସନଙ୍କ ଜର୍ସି ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ମିମ୍ସି ମଧ୍ୟ ଭାଇରଲ ହୋଇଥିଲା ।
Suryakumar Yadav batting at No.3 with Sanju Samson’s jersey. pic.twitter.com/jnqyvQCqbz
— Mufaddal Vohra (@mufaddal_vohra) July 27, 2023
Today Suryakumar Yadav played with Sanju Samson Jersey 🫡 pic.twitter.com/3FWzp2nmOO
— Mumbai Indians FC™ (@mumbaiindian_fc) July 27, 2023
ସୂଚନାଯୋଗ୍ୟ, ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା ଭାରତ । ୱେଷ୍ଟଇଣ୍ଡିଜ୍ ମାତ୍ର ୨୩ ଓଭରରେ ୧୧୪ ରନ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ଓ୍ଵିକେଟ, ଜାଡେଜା ୩ଟି ଓ୍ଵିକେଟ ନେଇଥିଲେ ।
ଏହି ସ୍କୋରକୁ ପିଛା କରି ଭାରତ ୨୨.୫ ଓଭରରେ ୫ ଓ୍ଵିକେଟ ହରାଇ ୧୧୫ ରନ କରିଥିଲା । ଈଶାନ କିଶନ ସର୍ବାଧିକ ୫୨ ରନ୍ କରିଥିଲେ । ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି ।