Below header

ଲଗାଣ ବର୍ଷାରେ ବେହାଲ ! ମୋଟୁ ଠାରୁ ରାଞ୍ଚି ବିଜୟଓ୍ଵାଡ଼ା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ

ଲଗାଣ ବର୍ଷାରେ ବେହାଲ ସୀମାନ୍ତ ମୋଟୁ । ମୋଟୁ ଠାରୁ ରାଞ୍ଚି ବିଜୟଓ୍ଵାଡ଼ା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୁଇଗୁର ବ୍ରିଜଠାରେ ୪ ଫୁଟର ପାଣି ଚାଲୁଛି । ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି ।

କାଲିମେଳା(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ ସୀମାନ୍ତ ମୋଟୁ । ମୋଟୁ ଠାରୁ ରାଞ୍ଚି ବିଜୟଓ୍ଵାଡ଼ା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୁଇଗୁର ବ୍ରିଜଠାରେ ୪ ଫୁଟର ପାଣି ଚାଲୁଛି । ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି ।

ଗୋଦାବରୀ ନଦୀର ଜଳସ୍ଥର କେତେବେଳେ ବଢୁଛି ତ କେତେବେଳେ ହ୍ରାସ ପାଉଛି । ଗୋଦାବରୀ ଜଳସ୍ତର ଗତକାଲି ୪୯ ଫୁଟ ରହିଥିବା ବେଳେ ବର୍ତ୍ତମାନ ହ୍ରାସ ପାଇ ୪୬ ଫୁଟ ରହିଛି । ଯାହାକି ପ୍ରଥମ ବିପଦ ସଙ୍କେତ ପାରହୋଇ ଦ୍ୱିତୀୟ ବିପଦ ସଂକେତକୁ ପହଞ୍ଚିଛି ।

ଓଡ଼ିଶା, ଆନ୍ଧ୍ର ବର୍ଡରର ଚିନ୍ତୁର, କଣ୍ଟାରେ ଧୀରେ ଧୀରେ ବଢ଼ୁଛି ପାଣି । ସେପଟେ ମାଲକାନଗିରି ଠାରୁ ମୋଟୁ ସ୍ଥିତି ସ୍ୱାଭାବିକ ରହିଛି । ଆନ୍ଧ୍ରର ବାଦ୍ରାଚେଲାମର କତା କଲୋନୀ,ଆୟାପା କଲୋନୀ, ଦୁମାଗୁଡେମ ବ୍ଲକର ଚୁନାମବାଟି ଗ୍ରାମରୁ ୩ ଶହରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର କରିଛି ଆନ୍ଧ୍ର ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.