ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର

୩ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର ।

ନୟାଗଡ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର ବନମାଳୀ ପରିଡା । ୩ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଭିଯୋଗ ଅନୁସାରେ ବାଲି ଟ୍ରକ୍‌ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ପୂର୍ବରୁ ଆଗରୁ ୧୦ ହଜାର ଟଙ୍କା ନେଇଥିଲେ ଅତିରିକ୍ତ ତହସିଲଦାର । ଆଜି ବାକି ୩ ହଜାର ନେଲା ବେଳେ ନୟାଗଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣା ପରେ ବନମାଳୀ ପରିଡାଙ୍କ ଘରେ ରେଡ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.