ଜରାଜୀର୍ଣ୍ଣ ପ୍ରାଣୀ ଚିକିତ୍ସାଳୟ ସାଜିଛି ଜଙ୍ଗଲି ଭାଲୁର ବିଶ୍ରାମ ଗୃହ, ଭାଇରାଲ ହେଉଛି ଭିଡିଓ
ପ୍ରାଣୀ ଚିକିତ୍ସାଳୟ ସାଜିଛି ଜଙ୍ଗଲି ଭାଲୁର ବିଶ୍ରାମ ଗୃହ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ଅନେକ ଦିନ ହେଲା ରହିଛି ପ୍ରାଣୀ ଚିକିତ୍ସାକେନ୍ଦ୍ର ।

ଆନନ୍ଦପୁର(କେନ୍ୟୁଜ୍): ପ୍ରାଣୀ ଚିକିତ୍ସାଳୟ ସାଜିଛି ଜଙ୍ଗଲି ଭାଲୁର ବିଶ୍ରାମ ଗୃହ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ଅନେକ ଦିନ ହେଲା ରହିଛି ପ୍ରାଣୀ ଚିକିତ୍ସାକେନ୍ଦ୍ର ।
ଏହି କେନ୍ଦ୍ରଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦିନ ବେଳେ ଅଧିକାଂଶ ସମୟରେ ଏକ ଭାଲୁ ଜଙ୍ଗଲ ମଧ୍ୟରୁ ଚାଲି ଆସି ହେି ଚିକିତ୍ସାଳୟ ଭିତରେ ଆଶ୍ରୟ ନେଉଛି। ସ୍ଥାନୀୟ ଲୋକେ ଭାଲୁକୁ ଏହି ପରିତ୍ତ୍ୟକ୍ତ ଘରେ ଅନେକ ଥର ଦେଖିଛନ୍ତି। ଭାଲୁଟି ନିଜ ଇଛାରେ ପୁଣି କେତେ ବେଳେ ଜଙ୍ଗଲ ମଧ୍ୟକୁ ପଳାଇ ଯାଉଛି।