WhatsAppରେ ଆଡ୍‌ ହେଲା ଇନଷ୍ଟାଣ୍ଟ ଭିଡିଓ ମେସେଜ ଫିଚର, ବିନା ଗ୍ୟାଲେରୀ ଖୋଲି ପଠାଇପାରିବେ କ୍ଲିପ୍‌

ବର୍ତ୍ତମାନ ୟୁଜର୍ସମାନେ ଟେକ୍ସଟ୍‌ ମେସେଜ ବଦଳରେ ସର୍ଟ ଭିଡିଓ ରେକର୍ଡ କରି ଭିଡିଓକୁ ପଠାଇବାର ସୁବିଧା ଉପଲବ୍ଧ ହୋଇଛି । ଏହି ରିଅଲ୍ ଟାଇମ ଭିଡିଓ ମେସେଜଗୁଡିକ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଲମ୍ବା ହୋଇପାରେ ।

WhatsApp ଆପରେ ଲଗାତାର କିଛି ନା କିଛି ପରିବର୍ତ୍ତନ ହେଉଛି । ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର ରୋଲ ଆଉଟ ହେଉଛି । ବର୍ତ୍ତମାନ ଏଭଳି ଆଉ ଏକ ନୂଆ ଫିଚର ଯୋଡି ହୋଇଛି, ଯାହା ୟୁଜର୍ସମାନଙ୍କୁ ସର୍ଟ ଭିଡିଓ ମେସେଜ ପଠାଇବାକୁ ସକ୍ଷମ ହେବ । ପୂର୍ବରୁ ୟୁଜର୍ସମାନେ ଅଡିଓ ମେସେଜ କିମ୍ବା ଟେକ୍ସଟ୍‌ ମେସେଜ ସାହାଯ୍ୟରେ ରିପ୍ଲାଏ ଦେଉଥିଲେ । କିନ୍ତୁ ବର୍ତ୍ତମାନ ୟୁଜର୍ସମାନେ ଟେକ୍ସଟ୍‌ ମେସେଜ ବଦଳରେ ସର୍ଟ ଭିଡିଓ ରେକର୍ଡ କରି ଭିଡିଓକୁ ପଠାଇବାର ସୁବିଧା ଉପଲବ୍ଧ ହୋଇଛି । ଏହି ରିଅଲ୍ ଟାଇମ ଭିଡିଓ ମେସେଜଗୁଡିକ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଲମ୍ବା ହୋଇପାରେ । କମ୍ପାନୀ ଦାବି କରିଛି ଯେ ଏହି ମେସେଜଗୁଡ଼ିକ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପ୍ଟ ହୋଇଛି । ଏହି ଫିଚର ରୋଲ ଆଉଟ୍ ଆରମ୍ଭ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ସମସ୍ତ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ ହେବ ।

ନୂଆ ଅପଡେଟର ଖୁଲାସା କରିବା ପାଇଁ ମେଟା ସିଇଓ ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ସେୟାର କରିଛନ୍ତି । ଏକ ସର୍ଟ ଭିଡିଓ ସାହାଯ୍ୟରେ ସେ WhatsAppରେ ନୂଆ ଫିଚର କିପରି କାମ କରିବ ବୁଝାଇଥିଲେ । ଭିଡିଓରେ ଯେଉଁଭଳି ଦେଖାଯାଇଛି ଏହି ଫିଚର ବର୍ତ୍ତମାନ ରିଅଲ୍ ଟାଇମ ଭଏସ୍ ମେସେଜକୁ ରେକର୍ଡ କରିବା ପାଇଁ ବ୍ୟବହାର ହେବ । ଟେକ୍ସଟ୍-ବକ୍ସ ପାଖରେ ଏକ ଭିଡିଓ ରେକର୍ଡର୍ ଆଇକନ୍ ରହିବ, ଯାହା ୬୦ ସେକେଣ୍ଡ ପର୍ଯ୍ୟନ୍ତ ସର୍ଟ ଭିଡିଓ ତିଆରି କରିବାରେ ବ୍ୟବହାର ହୋଇପାରିବ ।

WhatsApp ଆପ୍ ଏକ ଅଫିସିଆଲ୍ ବ୍ଲଗରେ ନୂଆ ଅପଡେଟ ବିଷୟରେ ଭଲ ଭାବେ ବୁଝାଇବା ପାଇଁ ଏକ ଭିଡିଓ ଅପଲୋଡ କରିଛି । ଜନ୍ମଦିନର ମେସେଜ ରେକର୍ଡ କରିବା ପାଇଁ , ଭଲ ଖବର ଦେବା ପାଇଁ କିମ୍ବା ବ୍ୟକ୍ତିଗତ ସ୍ପର୍ଶର ସୂଚନା ବାଣ୍ଟିବା ପାଇଁ ଭିଡିଓ ମେସେଜ ବ୍ୟବହାର କରାଯାଇପାରିବ । ଟେକ୍ସଟ୍ ବକ୍ସ ପାଖରେ ଥିବା ଆଇକନ୍ ଉପରେ କ୍ଲିକ୍ କରି ଜଣେ ଫିଚର ପର୍ଯ୍ୟନ୍ତ ପହଞ୍ଚି ପାରିବ । ଡିଫଲ୍ଟ ଭାବରେ ଯେତେବେଳେ କେହି ମେସେଜ୍ ଖୋଲିବେ, ଭିଡିଓ ବିନା ସାଉଣ୍ଡରେ ଚାଲିବ । ସାଉଣ୍ଡ ଅନ୍ କରିବା ପାଇଁ ଭିଡିଓକୁ ପୁଣି ଥରେ ଟ୍ୟାପ୍ କରିବାକୁ ପଡ଼ିବ ।

ବ୍ଲଗ ଅନୁସାରେ, ଏହି ଫିଚର ବର୍ତ୍ତମାନ ଧୀରେ ଧୀରେ ଆରମ୍ଭ ହେଉଛି ଏବଂ ଆଗାମୀ ଦିନରେ ଆଣ୍ଡ୍ରଏଡ ୟୁଜର୍ସଙ୍କ ସହ ଆଇଓଏସ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ ହେବ । ଫିଚରକୁ ମାନୁଆଲୀ ଭାବେ ପାଇବା ପାଇଁ ୟୁଜର୍ସମାନେ Google Play Store କିମ୍ବା App Storeରୁ WhatsApp ଆପର ଲାଟେଷ୍ଟ ଭର୍ସନ ଡାଉନଲୋଡ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.