କ୍ରୀଡା

ଶିକ୍ଷକଙ୍କ କଟୁ କଥା ବଦଳାଇଥିଲା ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଖେଳାଳି ପଲକ କୋହଲିଙ୍କ ଜୀବନ

ଜୀବନ କେତେ ବେଳେ ପରିବର୍ତ୍ତନ ହୋଇଯାଏ, ତାହା କେହି ଜାଣିପାରିବେ ନାହିଁ । ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳି ଭାରତକୁ ପ୍ରତିନିଧିତ୍ୱ କରିଥିଲେ ପଲକ କୋହଲି। ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଯୁବ ଆଥଲେଟ୍‌ ହେଉଛନ୍ତି ପଲକ । ପଲକଙ୍କର ଗୋଟେ ହାତ ଖରାପ ରହିଥିଲା। ଆଉ ସ୍କୁଲର ଏକ ଖେଳ ଇଭେଣ୍ଟରେ ଭାଗ ନେବାକୁ ଇଚ୍ଛୁକ ଥିଲେ ପଲକ । କିନ୍ତୁ ପଲକଙ୍କ ଏଭଳି ଅବସ୍ଥା ଦେଖି ଶିକ୍ଷକ ଖେଳିବାକୁ ବାରଣ କରିଥିଲେ । ଆଉ କହିଥିଲେ, ଖେଳରୁ ଦୂରେଇ ରୁହ ନଚେତ ଅନ୍ୟ ହାତ ମଧ୍ୟ ହରାଇବାକୁ ପଡିବ । ଶିକ୍ଷକଙ୍କ ଏଭଳି କଥା ପଲକ ଜୀବନରେ ଏକ ଝଡ ଆଣିଥିଲା ।

ଥରେ ଜଳନ୍ଧର ମଲ ବାହାରେ ନ୍ୟାସନାଲ ବ୍ୟାଡମିଣ୍ଟନ କୋଚ ଗୌରବ ଖାନ୍ନାଙ୍କ ମୁହଁରୁ ପାରାସ୍ପୋର୍ଟ୍ସ ଶବ୍ଦ ଶୁଣିଥିଲେ ପଲକ । ସେ ପଲକର ଜୀବନରେ ପରିବର୍ତ୍ତନ ଆଣିଥିଲେ । ପଲକଙ୍କୁ ଦେଖିବା ପରେ ଗୌରବ ହାତ କ’ଣ ହୋଇଛି ବୋଲି ପଚାରିଥିଲେ । ପିଲା ବେଳରୁ ପଲକଙ୍କ ହାତ ବିକଶିତ ହୋଇନଥିଲା ବୋଲି ଜାଣିବାକୁ ପାଇଥିଲେ । ତା’ ପରେ ଗୌରବ ତାଙ୍କୁ ବ୍ୟାଡମିଣ୍ଟନ ଖେଳିବା ଶିଖାଇଥିଲେ ।

ସ୍କୁଲରେ ସ୍ପୋଟ୍ସ ଇଭେଣ୍ଟ ହେବା ମାତ୍ରେ ଶିକ୍ଷକ କହିଥିବା କଥାକୁ ମନେ ପକାଇ ବ୍ୟାଡମିଣ୍ଟନ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ ପଲକ । ତେଣୁ ସୋସିଆଲ ମିଡିଆ ଜରିଆରେ ଗୌରବଙ୍କ ସହିତ ସଂପର୍କ କରିଥିଲେ । ୨୦୧୬ରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରି ଟ୍ରେନିଂ ନେଇଥିଲେ । ତା’ ପରେ ପାରାଅଲିମ୍ପିକ୍ସରେ ନ୍ୟାସନାଲ ଚାମ୍ପିଅନସିପ ଜିତିଥିଲେ । ପାରା ଅଲିମ୍ପିକ୍ସରେ ଯୁବ ଖେଳାଳି ଭାବେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।

ପଲକ ଜାତୀୟ ସ୍ତରରେ ଅନେକ ପଦକ ଜିତିଛନ୍ତି । ସେ ୨୦ଟି ପଦକ ଜିତିଛନ୍ତି । ଏଥିମଧ୍ୟରୁ ୫ଟି ସ୍ୱର୍ଣ୍ଣ, ୭ଟି ସିଲଭର, ୮ଟି ବ୍ରୋଞ୍ଜ ଜିତିଛନ୍ତି ।

Swagatika

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

22 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

60 mins ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago