କ୍ରୀଡା

ଲୁଚିଛପି ନିର୍ବନ୍ଧ କରିଦେଲେ ଭାରତୀୟ ଟିମର ଏହି ଖେଳାଳି, ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିବେ ଆଇପିଏଲ୍‌

ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛି । ଆଉ ଏହା ମଧ୍ୟରେ ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଥିବା ବେଳେ ଆଉ ଜଣେ ଖେଳାଳି ନିର୍ବନ୍ଧ କରିସାରିଛନ୍ତି । ଟିମ୍‌ ଇଣ୍ଡିଆରେ ଖେଳାଳି ମୁକେଶ କୁମାର ନିର୍ବନ୍ଧ କରିସାରିଛନ୍ତି । ବିହାରୀ ଝିଅ ସହିତ ନିର୍ବନ୍ଧ କରିଛନ୍ତି ମୁକେଶ ।

ବିହାରର ଗୋପାଳଙ୍ଗଜରେ ରହୁଥିବା ମୁକେଶ କୁମାର ଛପରାର ଦିବ୍ୟା ସଂଙ୍କ ସହିତ ନିର୍ବନ୍ଧ କରିଛନ୍ତି । ୨୪ ଫେବୃଆରୀରେ ଦୁହେଁ ନିର୍ବନ୍ଧ କରିଥିଲେ । ଦିବ୍ୟା ଓ ମୁକେଶ ଉଭୟେ ଭଲ ବନ୍ଧୁ । ଆଉ ଦୁହିଁଙ୍କର ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ତେବେ ମୁକେଶ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ମୁକେଶଙ୍କୁ ୫.୫୦ କୋଟି ଟଙ୍କାରେ କିଣିଛି। ମୁକେଶଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷ ଥିଲା । ହେଲେ ନିଜ ବେସ୍‌ ପ୍ରାଇସରେ ୨୮ ଗୁଣା ଅଧିକ ଦାମରେ ବିକ୍ରି ହୋଇଛନ୍ତି ମୁକେଶ ।

ମୁକେଶ ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆରେ ଡେବ୍ୟୁ କରିନାହାନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସ୍ୱାର୍ଡରେ ସାମିଲ ହୋଇଥିଲେ କିନ୍ତୁ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା । ମୁକେଶ କୁମାର ଭାରତୀୟ ଟେଷ୍ଟ ଟିମରେ ମଧ୍ୟ ସାମିଲ ହୋଇଛନ୍ତି। କିନ୍ତୁ ସେଠାରେ ମଧ୍ୟ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇନାହାନ୍ତି ।

ମୁକେଶ ଗତବର୍ଷ ବାଲାଂଦେଶ –ଏ ବିପକ୍ଷରେ ଖେଳାଯାଇଥିବା ସିରିଜରେ ଇଣ୍ଡିଆ-ଏ ପକ୍ଷରୁ ଖେଳିଥିଲେ । ସେ ଦୁଇଟି ମ୍ୟାଚରେ ୯ଟି ଓ୍ଵିକେଟ ନେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ମୁକେଶ କୁମାର ୧୪୫ଟି ଓ୍ଵିକେଟ ନେଇଛନ୍ତି ।

Swagatika

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

15 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

29 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

42 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

43 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago