ଲୁଚିଛପି ନିର୍ବନ୍ଧ କରିଦେଲେ ଭାରତୀୟ ଟିମର ଏହି ଖେଳାଳି, ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିବେ ଆଇପିଏଲ୍
ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ନିର୍ବନ୍ଧ କରିନେଲେ ଏହି ଷ୍ଟାର ଖେଳାଳି। ଶାର୍ଦ୍ଦୁଳଙ୍କ ବିବାହ ପରେ ବାଜିବ ଏହି ଷ୍ଟାର କ୍ରିକେଟରଙ୍କ ଶେହନାଇ । ବିହାରର ଦିବ୍ୟା ସିଂଙ୍କୁ ବିବାହ କରିବେ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ବୋଲର ।
ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛି । ଆଉ ଏହା ମଧ୍ୟରେ ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଥିବା ବେଳେ ଆଉ ଜଣେ ଖେଳାଳି ନିର୍ବନ୍ଧ କରିସାରିଛନ୍ତି । ଟିମ୍ ଇଣ୍ଡିଆରେ ଖେଳାଳି ମୁକେଶ କୁମାର ନିର୍ବନ୍ଧ କରିସାରିଛନ୍ତି । ବିହାରୀ ଝିଅ ସହିତ ନିର୍ବନ୍ଧ କରିଛନ୍ତି ମୁକେଶ ।
ବିହାରର ଗୋପାଳଙ୍ଗଜରେ ରହୁଥିବା ମୁକେଶ କୁମାର ଛପରାର ଦିବ୍ୟା ସଂଙ୍କ ସହିତ ନିର୍ବନ୍ଧ କରିଛନ୍ତି । ୨୪ ଫେବୃଆରୀରେ ଦୁହେଁ ନିର୍ବନ୍ଧ କରିଥିଲେ । ଦିବ୍ୟା ଓ ମୁକେଶ ଉଭୟେ ଭଲ ବନ୍ଧୁ । ଆଉ ଦୁହିଁଙ୍କର ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ତେବେ ମୁକେଶ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ମୁକେଶଙ୍କୁ ୫.୫୦ କୋଟି ଟଙ୍କାରେ କିଣିଛି। ମୁକେଶଙ୍କ ବେସ୍ ପ୍ରାଇସ ୨୦ ଲକ୍ଷ ଥିଲା । ହେଲେ ନିଜ ବେସ୍ ପ୍ରାଇସରେ ୨୮ ଗୁଣା ଅଧିକ ଦାମରେ ବିକ୍ରି ହୋଇଛନ୍ତି ମୁକେଶ ।
ମୁକେଶ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିନାହାନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସ୍ୱାର୍ଡରେ ସାମିଲ ହୋଇଥିଲେ କିନ୍ତୁ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା । ମୁକେଶ କୁମାର ଭାରତୀୟ ଟେଷ୍ଟ ଟିମରେ ମଧ୍ୟ ସାମିଲ ହୋଇଛନ୍ତି। କିନ୍ତୁ ସେଠାରେ ମଧ୍ୟ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇନାହାନ୍ତି ।
ମୁକେଶ ଗତବର୍ଷ ବାଲାଂଦେଶ –ଏ ବିପକ୍ଷରେ ଖେଳାଯାଇଥିବା ସିରିଜରେ ଇଣ୍ଡିଆ-ଏ ପକ୍ଷରୁ ଖେଳିଥିଲେ । ସେ ଦୁଇଟି ମ୍ୟାଚରେ ୯ଟି ଓ୍ଵିକେଟ ନେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ମୁକେଶ କୁମାର ୧୪୫ଟି ଓ୍ଵିକେଟ ନେଇଛନ୍ତି ।