Below header

ପୁଣି ଦୋକାନ ଘରେ ରହିଲେ ଟିନାରାଣୀ, ଆଇନ ଶୃଙ୍ଖଳା ଦୃଷ୍ଟିରୁ ଆଜି ମଧ୍ୟ ଗାଁରେ ଜଗି ରହିଛି ପୋଲିସ

ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଥିବା ପ୍ରେମୀଯୁଗଳ ଟିନାରାଣୀ ଓ ଦୁଷ୍ମନ୍ତଙ୍କ ବିବାହ ହୋଇଥିଲା। କିନ୍ତୁ ପରେ ଦୁଷ୍ମନ୍ତ କେଉଁଆଡ଼େ ଚାଲିଯିବା ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।

ଭଞ୍ଜନଗର(କେନ୍ୟୁଜ୍): ଶାଶୁ ଘରେ ବୋହୂ, ପୁଅକୁ ଖୋଜୁଛନ୍ତି ପରିବାରଲୋକେ। ଧାରଣା ଓ ବାଦ ବିବାଦ ପରେ ୬୪ ଦିନପରେ ଶାଶୁ ଘରକୁ ଗଲେ ଟିନାରାଣୀ । ହେଲେ କେଇ ଘଣ୍ଟା ପାଇଁ । ଶାଶୁ ତାଙ୍କୁ ଘରକୁ ଡାକି ନେବା ପରେ ପୁଣି ପୂର୍ବର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଗଂଜାମ ଜିଲ୍ଲା ଗାଲେରୀ ଗାଁରେ ପୋଲିସ୍‌ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଆଜି ମଧ୍ୟ ଗାଁରେ ପୋଲିସ ଜଗି ରହିଛି । ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଥିବା ପ୍ରେମୀଯୁଗଳ ଟିନାରାଣୀ ଓ ଦୁଷ୍ମନ୍ତଙ୍କ ବିବାହ ହୋଇଥିଲା। କିନ୍ତୁ ପରେ ଦୁଷ୍ମନ୍ତ କେଉଁଆଡ଼େ ଚାଲିଯିବା ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।

ଗତକାଲି ଟିନାରାଣୀ ଶାଶୁ ଘରକୁ ଯିବା ପରେ ଶାଶୁ ଓ ଶ୍ୱଶୁର ପୁଅକୁ ଖୋଜି ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇ ଗାଁରେ ଛାଡ଼ିଛନ୍ତି । ଅପରାହ୍ନ ସୁଦ୍ଧା ସେମାନେ ପୁଅକୁ ଧରି ଫେରିବା କଥା । ଏପଟେ ଟିନାରାଣୀ ଶାଶୁଘର ଛାଡ଼ି ପୁଣି ଦୋକାନ ଘରେ ରହିଛନ୍ତି । ସ୍ୱାମୀ ଦୁଷ୍ମନ୍ତ ନଫେରିବା ଯାଏ ସେ ଦୋକାନ ଘରେ ରହିବେ ବୋଲି କହିଛନ୍ତି । ଗତ ୪୦ ଦିନ ଧରି ଟିନାରାଣୀ ଶାଶୁ ଘର ଦୁଆରେ ଧାରଣ ଦେଇ ଦୋକାନ ଘରେ ଆଶ୍ରୟ ନେଇଥିଲେ । ପ୍ରେମ ଓ ପ୍ରତାରଣା ପରେ ଗାଁ ଦାଣ୍ଡରେ ଦୁଷ୍ମନ୍ତଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଗାଁ ଲୋକେ ଟିନାରାଣୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଏବେବି ସେମାନେ ତାଙ୍କୁ ସମର୍ଥନ କରି ପୋଲିସ୍‌ ସହିତ ମୁହାଁମୁହିଁ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.