ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ଆରମ୍ଭ

ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ସାବିଲିୟତ ହରପାଲ ବୋଲି ଜଣାପଡିଛି । କଣ୍ଟାବାଞ୍ଜି ସହରରେ ରହି ସାବିଲିୟତ କାମ କରୁଥିଲେ ।

କଣ୍ଟାବାଞ୍ଜି(କେନ୍ୟୁଜ୍): ଗତ ଦୁଇ ଦିନ ପୂର୍ବରୁ ନିଖୋଜ ଥିବା ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ସାବିଲିୟତ ହରପାଲ ବୋଲି ଜଣାପଡିଛି । କଣ୍ଟାବାଞ୍ଜି ସହରରେ ରହି ସାବିଲିୟତ କାମ କରୁଥିଲେ । ତେବେ ଆଜି ସକାଳେ ବୀର୍ଣ୍ଣା ଗାଁ ଯିବା ରାସ୍ତା ପତରା ଜଙ୍ଗଲ ରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଥିବା ସେହି ପାଖରେ ଥିବା ଖେଳ ପଡିଆରେ ଖେଳୁଥିବା ଯୁବକ ମାନେ ଜାଣିଥିଲେ ।

ସେମାନେ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳକୁ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି । ମୃତଙ୍କ ପାଖରେ ତାଙ୍କ ମୋଟର ସାଇକେଲ ଓ ବ୍ୟାଗ ରହିଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ସେ କାମ ରେ ଆସୁନଥିବା ଯୋଗୁ ତାଙ୍କ ବ୍ରାଞ୍ଚ ମ୍ୟାନେଜର ଥାନାରେ ନିଖୋଜ ମାମଲା ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.