ବେଗୁନିଆର ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ଲୁଟ୍‌, ସିସିଟିଭିରେ କଏଦ ହୋଇଛି ଚୋରି ସମୟର ଦୃଶ୍ୟ

ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମହାଦେବଙ୍କ ରୁପାରେ ନିର୍ମିତ ନାଗମୂର୍ତ୍ତି, ଦାନବାକ୍ସ, ମା ପାର୍ବତୀଙ୍କ ରୂପା ଅଳଙ୍କାର ଏବଂ ଜଗନ୍ନାଥ ମନ୍ଦିର ନିକଟସ୍ଥ ମଠରୁ ଅଳଙ୍କାର ଚୋରି କରିନେଇଛନ୍ତି ।

ବେଗୁନିଆ(କେନ୍ୟୁଜ୍):  ମନ୍ଦିରରୁ ଚୋରି । ବେଗୁନିଆର ଅଞ୍ଚଳର ଅଟ୍ରି ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ଲୁଟ୍‌ ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମହାଦେବଙ୍କ ରୁପାରେ ନିର୍ମିତ ନାଗମୂର୍ତ୍ତି, ଦାନବାକ୍ସ, ମା ପାର୍ବତୀଙ୍କ ରୂପା ଅଳଙ୍କାର ଏବଂ ଜଗନ୍ନାଥ ମନ୍ଦିର ନିକଟସ୍ଥ ମଠରୁ ଅଳଙ୍କାର ଚୋରି କରିନେଇଛନ୍ତି ।

ଚୋରି ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ଥିବା ସୂଚନା । ସିସିଟିଭିରେ କଏଦ ହୋଇଛି ଲୁଟ୍‌ ସମୟର ଦୃଶ୍ୟ। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ। ପୂର୍ବରୁ ଏଠାରେ ଦୁଇ ଦୁଇଥର ଚୋରି ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.