କ୍ରୀଡା

ଟି୨୦ ବିଶ୍ୱକପ ପାଇଁ ଆମେରିକା ଗସ୍ତ କଲା ଭାରତୀୟ ଦଳ, ପ୍ରଥମ ବ୍ୟାଚରେ ଗଲେନି ବିରାଟ କୋହଲି

ଟି୨୦ ବିଶ୍ୱକପ ୨୦୨୪ ଆରମ୍ଭ ଜୁନ୍‌ ୧ ତାରିଖରୁ ଆରମ୍ଭ ହେଉଛି । ଚଳିତଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଏହାର ଆୟୋଜନ କରୁଛନ୍ତି । ଏଥିପାଇଁ ଆଜି ଭାରତୀୟ ଦଳ ବିଶ୍ୱକପ ଖେଳିବା ପାଇଁ ଆମେରିକା ଗସ୍ତ କରିଛନ୍ତି । ଭାରତୀୟ ଟିମ୍‌ ସମସ୍ତ ଲିଗ୍‌ ଷ୍ଟେଜର ମ୍ୟାଚ୍‌ ଆମେରିକାର ଖେଳିବ । ତେଣୁ ଭାରତୀୟ ଟିମର ପ୍ରଥମ ବ୍ୟାଚରେ ଟି-୨୦ ବିଶ୍ୱକପ ପାଇଁ ଯାତ୍ରା ଆରମ୍ଭ କରିଛି । ଜୁନ୍ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ରୋହିତ ସେନା ନିଜ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଅଧିନାୟକ ରୋହିତ ଶର୍ମା, ହେଡ କୋଚ୍ ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯାଇଛନ୍ତି ।

ଟି-୨୦ ବିଶ୍ୱକପ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳି ପ୍ରଥମ ପର୍ଯ୍ୟାୟରେ ନ୍ୟୁୟର୍କ ଗସ୍ତରେ ଯାତ୍ରା କରିଛନ୍ତି । ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଜଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଶିବମ ଦୁବେ, ଋଷଭ ପନ୍ତ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଖଲୀଲ ଅହମଦ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଏବଂ ଅନ୍ୟ କୋଚିଂ ଷ୍ଟାଫ୍ ସାମିଲ ରହିଛନ୍ତି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯିବେ ।

ତେବେ ଷ୍ଟାର ଅଲରାଉଣ୍ଡର ବିରାଟ କୋହଲିଙ୍କ ସହିତ ଅନ୍ୟ କିଛି ଖେଳାଳି ଯେଉଁ ଆଇପିଏଲ ପ୍ଲେ ଅଫ ଟିମରେ ସାମିଲ ରହିଛନ୍ତି, ସେମାନେ ଗସ୍ତ କରିନାହାନ୍ତି । ବିରାଟ ୩୦ ମଇରେ ବିଶ୍ୱକପ ପାଇଁ ଗସ୍ତ କରିବେ ।

ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Swagatika

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

22 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

31 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

43 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

51 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

52 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago