କ୍ରୀଡା

ଟି୨୦ ବିଶ୍ୱକପ ୨୦୨୪ : ସୁପର-୮ରେ ଭାରତ ସହିତ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ

ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଟିମ୍‌ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁପର ୮ରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ ମ୍ୟାଚ ଖେଳିବ । ଆଜି ବାଂଲାଦେଶ ନେପାକଳୁ ୨୧ ରନରେ ବିଜୟ ହାସଲ କରି ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି । ନେଦରଲାଣ୍ଡ ଟିମ୍‌ ଶ୍ରୀଲଙ୍କା ଠାରୁ ହାରିଛି । ତେଣୁ ବାଂଲାଦେଶକୁ ଗ୍ରୁପ ଡିରେ ପ୍ରବେଶ କରିବାକୁ କୌଣସି କଷ୍ଟ କରିବାକୁ ପଡିନଥିଲା ।

ଭାରତ ସୁପର-୮ରେ ସ୍ଥାନ ପକ୍କା କରିଥିବା ସମସ୍ତ ଟିମ୍‌ ସହିତ ୩ଟି ମ୍ୟାଚ ଖେଳିବ । ୩ଟି ମ୍ୟାଚରୁ ଅତିକମରେ ୨ଟି ମ୍ୟାଚ ଜିତିବାକୁ ପଡିବ । ଦୁଇଟି ଟିମ୍‌ ଜିତିଥିବା ଟିମ୍‌ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଭାରତ ସୁପର-୮ରେ ଗ୍ରୁପ ୧ରେ ରହିଛି । ଏହି ଗ୍ରୁପରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ ଟିମ୍‌ ରହିଛି । ରୋହିତ ଶର୍ମା ବାହିନୀ ସୁପର-୮ରେ ଆଗାମୀ ମ୍ୟାଚ ୨୦ ଜୁନରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଏହାପରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବ । ଶେଷରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୪ ଜୁନରେ ମ୍ୟାଚ ଖେଳିବ । ଏହି ସମସ୍ତ ମ୍ୟାଚ ୱେଷ୍ଟଇଣ୍ଡିଜରେ ଖେଳାଯିବ ।

ଭାରତ ଲିଗ୍‌ ମ୍ୟାଚରେ ପ୍ରଥମେ ଆୟରଲାଣ୍ଡ ୮ ଓ୍ଵିକେଟରେ ହରାଇଥିଲା । ଏହାପରେ ପାକିସ୍ତାନ ଟିମ୍‌କୁ ୬ ଓ୍ଵିକେଟରେ ହରାଇଥିଲା । ତୃତୀୟ ମ୍ୟାଚରେ ଆମେରିକାକୁ ୭ ଓ୍ଵିକେଟରେ ହରାଇ ବିଜୟ ପାଇଥିଲା । ଭାରତର ଶେଷ ମ୍ୟାଚ କାନାଡା ସହିତ ଥିଲା କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିଲା ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

2 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

4 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

44 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

59 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago