ଦେଶ ବିଦେଶ

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ । ସେ ଏହି ଦରରନ୍ଧା ଖାଦ୍ୟର ଫଟୋ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ସେୟାର କରିଛନ୍ତି । ଏହାସହିତ ବିମାନ ଭିତରେ ମଇଳା ସିଟ୍‌ର ଫଟୋ ମଧ୍ୟ ଛାଡ଼ିଛନ୍ତି । ଅଭିଯୋଗ ଆଣିଥିବା ଏହି ବ୍ୟକ୍ତିଙ୍କ ନାଁ ଭିନିତ୍‌ କେ. ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ବିମାନଟି ନୂଆଦିଲ୍ଲୀରୁ ଆମେରିକାର ନ୍ୟୁୟର୍କ ସହର ପାଇଁ ଉଡ଼ାଣ ଭରିଥିଲା । ତେବେ ବିମାନ ଯାତ୍ରା ବେଳେ ନିଜର ତିକ୍ତ ଅନୁଭବ ସେୟାର କରି ଭିନିତ୍‌ ଲେଖିଛନ୍ତି ଯେ ତାଙ୍କ ପାଇଁ ଏହି ଯାତ୍ରା କୌଣସି ଦୁଃସ୍ୱପ୍ନଠାରୁ କମ୍‌ ନ ଥିଲା । ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିମାନର ବିଜନେସ୍‌ କ୍ଲାସ୍‌ରେ ଯାତ୍ରା କରିଥିଲେ । ଏହା ସତ୍ତ୍ୱେ ଯାତ୍ରା ବେଳେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଭିିନିତ୍‌ ‘X’ରେ କରିଥିବା ପୋଷ୍ଟରେ କହିଛନ୍ତି କି, ତାଙ୍କୁ ଗଲ୍ଫ ଦେଶର ଏୟାରଲାଇନ୍ସ ଏତିହାଦ୍‌ ଏୟାରୱେଜ୍‌ରେ ଶସ୍ତା ଦାମ୍‌ରେ ଯାତ୍ରା ପାଇଁ ଟିକେଟ୍‌ ମିଳୁଥିଲା । ହେଲେ ସେ ନିଜର ଆରାମଦାୟକ ଯାତ୍ରା ପାଇଁ ଏୟାର ଇଣ୍ଡିଆକୁ ଚୟନ କରିଥିଲେ । ଏୟାର ଇଣ୍ଡିଆର ବିମାନ ସିଧାସଳଖ ଆମେରିକା ପାଇଁ ଥିଲା । ତାଙ୍କୁ ବିଜନେସ୍‌ କ୍ଲାସ୍‌ରେ ଯାତ୍ରା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ।

ଏହା ସହିତ ଯାତ୍ରୀ ଜଣକ ଫଟୋ ସେୟାର କରି ଲେଖିଛନ୍ତି, ତାଙ୍କୁ ଯାତ୍ରା ସମୟରେ ଅଧାରନ୍ଧା ଖାଦ୍ୟ ଦିଆଯାଇଥିଲା । ବିମାନର ସିଟ୍‌ଗୁଡ଼ିକ ମଧ୍ୟ ଅତି ମଇଳା ଥିଲା । ବିମାନର ୩୫ଟି ସିଟ୍‌ ମଧ୍ୟରୁ ପ୍ରାୟ ୫ଟି ସିଟ୍‌ ବସିବା ପାଇଁ ଯୋଗ୍ୟ ନ ଥିଲା । ସେପଟେ ଏହି ମାମଲାରେ ଏ ଯାଏ ଏୟାର ଇଣ୍ଡିଆର ପ୍ରତିକ୍ରିୟା ଆସିନାହିଁ । ବିମାନ ଭିତରେ ଏଭଳି ଦାୟିତ୍ୱହୀନତାକୁ ନେଇ ଲୋକେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

29 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

31 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago