କ୍ରୀଡା

ୱେଷ୍ଟଇଣ୍ଡିଜ ସହିତ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା: କରୋନା ପଜିଟିଭଙ୍କୁ ବାଦ୍‌ ଦେଇ ଅଭ୍ୟାସ ଆରମ୍ଭ କଲା ଟିମ୍‌ ଇଣ୍ଡିଆ

ଭାରତୀୟ କ୍ରିକେଟ ଟିମ୍‌କୁ ବଡ ଝଟକା। ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି। ଭାରତୀୟ ଟିମ୍‌ର ଅନେକ ଖେଳାଳି ଦିନିକିଆ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଟିମ୍ ଇଣ୍ଡିଆର ୭ ସଦସ୍ୟ କରୋନା ପଜିଟିଭ୍‌ ହୋଇଛନ୍ତି । ଯେଉଁଥି ପାଇଁ ଅନେକ ଖେଳାଳିଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିଛି ।

କରୋନା ପଜିଟିଭ୍‌ ହେବାପରେ ଶିଖର ଧୱନ ହୋଟେଲ ରୁମ୍‌ରୁ ଫଟୋ ସେୟାର କରିଛନ୍ତି । ଟିମ୍ ଇଣ୍ଡିଆର ଓପନର ଶିଖର ଧୱନ ନିଜର ଫଟୋ ଜାରି କରି ଲେଖିଛନ୍ତି , ଆପଣ ସମସ୍ତଙ୍କୁ ଶୁଭକାମନା ପାଇଁ ଧନ୍ୟବାଦ । ମୁଁ ଭଲ କରୁଛି ଏବଂ ଆପଣ ସମସ୍ତଙ୍କ ଦ୍ୱାରା ଭଲ ପାଇବାରେ ମୁଁ ଖୁସି ଓ ସୁସ୍ଥ ଅନୁଭବ କରୁଛି । ଶିଖର ଧୱନଙ୍କର ଏହି ଫଟୋରେ କ୍ରିକେଟ୍‌ ପ୍ରଶଂସକ ଲଗାତାର କମେଣ୍ଟ କରୁଛନ୍ତି । ଲୋକେ ଲେଖିଛନ୍ତି ଗେଟ୍‌ ୱେଲ ସୁନ୍ ଗବ୍ବର, କିଛି ଲୋକ ସବୁ ଖେଳାଳିଙ୍କୁ ଶୀଘ୍ର ଠିକ୍‌ ହେବାର ଶୁଭକାମନା ବି କରିଛନ୍ତି ।

କରୋନା ପଜିଟିଭ ହୋଇଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ କରିଦିଆଯାଇଛି। ଶିଖର ଧଓ୍ଵନ, ଋତୁରାଜ ଗ୍ଵାଏକ୍ୱାଡ, ଶ୍ରେୟସ ଆୟର ପ୍ରମୁଖ ଖେଳାଳି କରୋନାର ଶିକାର ହୋଇଛନ୍ତି। ସୂଚନାନୁଯାୟୀ, ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ସାଉଥ ଆଫ୍ରିକା ଗସ୍ତରୁ ଫେରିବା ପରେ ନିଜ ନିଜ ଘରେ ରହିଥିଲେ। କିନ୍ତୁ ଦିନିକିଆ ସିରିଜ ପୂର୍ବରୁ ଅହମଦାବାଦରେ ଏକାଠି ହୋଇଥିଲେ। ଏଠାରେ ହିଁ ସମସ୍ତଙ୍କର କରୋନା ଟେଷ୍ଟ ହୋଇଥିଲା, ଫଳରେ କିଛି ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ଆସନ୍ତା ୬ ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଆରମ୍ଭ ହେବ। ଏବେ ଏହି ଖେଳାଳି କରୋନା ପଜିଟିଭ ବାହାରିବା ପରେ ଟିମ୍‌ ଇଣ୍ଡିଆ ପ୍ଲେଇଂ ଇଲେଭେନ ପ୍ରସ୍ତୁତ କରିବା ପାଇଁ ସଙ୍କଟରେ ପଡିପାରେ।

ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ:

ପ୍ରଥମ ଦିନିକିଆ: ଫେବୃଆରୀ ୬, ଅହମଦାବାଦ
ଦ୍ୱିତୀୟ ଦିନିକିଆ: ଫେବୃଆରୀ ୯, ଅହମଦାବାଦ
ତୃତୀୟ ଦିନିକିଆ: ଫେବୃଆରୀ ୧୨, ଅହମଦାବାଦ

ଟି-୨୦ ମ୍ୟାଚ:

ପ୍ରଥମ ଟି-୨୦: ୧୫ ଫେବୃଆରୀ, କଲିକତା
ଦ୍ୱିତୀୟ ଟି-୨୦: ୧୮ ଫେବୃଆରୀ, କଲିକତା
ତୃତୀୟ ଟି-୨୦: ୨୦ ଫେବୃଆରୀ, କଲିକତା

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

5 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

12 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

28 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

34 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

47 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago