ୱେଷ୍ଟଇଣ୍ଡିଜ ସହିତ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା: କରୋନା ପଜିଟିଭଙ୍କୁ ବାଦ୍ ଦେଇ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଭାରତୀୟ କ୍ରିକେଟ ଟିମ୍କୁ ବଡ ଝଟକା। ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି। ଭାରତୀୟ ଟିମ୍ର ଅନେକ ଖେଳାଳି ଦିନିକିଆ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଟିମ୍ ଇଣ୍ଡିଆର ୭ ସଦସ୍ୟ କରୋନା ପଜିଟିଭ୍ ହୋଇଛନ୍ତି । ଯେଉଁଥି ପାଇଁ ଅନେକ ଖେଳାଳିଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିଛି ।
କରୋନା ପଜିଟିଭ୍ ହେବାପରେ ଶିଖର ଧୱନ ହୋଟେଲ ରୁମ୍ରୁ ଫଟୋ ସେୟାର କରିଛନ୍ତି । ଟିମ୍ ଇଣ୍ଡିଆର ଓପନର ଶିଖର ଧୱନ ନିଜର ଫଟୋ ଜାରି କରି ଲେଖିଛନ୍ତି , ଆପଣ ସମସ୍ତଙ୍କୁ ଶୁଭକାମନା ପାଇଁ ଧନ୍ୟବାଦ । ମୁଁ ଭଲ କରୁଛି ଏବଂ ଆପଣ ସମସ୍ତଙ୍କ ଦ୍ୱାରା ଭଲ ପାଇବାରେ ମୁଁ ଖୁସି ଓ ସୁସ୍ଥ ଅନୁଭବ କରୁଛି । ଶିଖର ଧୱନଙ୍କର ଏହି ଫଟୋରେ କ୍ରିକେଟ୍ ପ୍ରଶଂସକ ଲଗାତାର କମେଣ୍ଟ କରୁଛନ୍ତି । ଲୋକେ ଲେଖିଛନ୍ତି ଗେଟ୍ ୱେଲ ସୁନ୍ ଗବ୍ବର, କିଛି ଲୋକ ସବୁ ଖେଳାଳିଙ୍କୁ ଶୀଘ୍ର ଠିକ୍ ହେବାର ଶୁଭକାମନା ବି କରିଛନ୍ତି ।
View this post on Instagram
କରୋନା ପଜିଟିଭ ହୋଇଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ କରିଦିଆଯାଇଛି। ଶିଖର ଧଓ୍ଵନ, ଋତୁରାଜ ଗ୍ଵାଏକ୍ୱାଡ, ଶ୍ରେୟସ ଆୟର ପ୍ରମୁଖ ଖେଳାଳି କରୋନାର ଶିକାର ହୋଇଛନ୍ତି। ସୂଚନାନୁଯାୟୀ, ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ସାଉଥ ଆଫ୍ରିକା ଗସ୍ତରୁ ଫେରିବା ପରେ ନିଜ ନିଜ ଘରେ ରହିଥିଲେ। କିନ୍ତୁ ଦିନିକିଆ ସିରିଜ ପୂର୍ବରୁ ଅହମଦାବାଦରେ ଏକାଠି ହୋଇଥିଲେ। ଏଠାରେ ହିଁ ସମସ୍ତଙ୍କର କରୋନା ଟେଷ୍ଟ ହୋଇଥିଲା, ଫଳରେ କିଛି ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
ଆସନ୍ତା ୬ ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଆରମ୍ଭ ହେବ। ଏବେ ଏହି ଖେଳାଳି କରୋନା ପଜିଟିଭ ବାହାରିବା ପରେ ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ ପ୍ରସ୍ତୁତ କରିବା ପାଇଁ ସଙ୍କଟରେ ପଡିପାରେ।
ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ:
ପ୍ରଥମ ଦିନିକିଆ: ଫେବୃଆରୀ ୬, ଅହମଦାବାଦ
ଦ୍ୱିତୀୟ ଦିନିକିଆ: ଫେବୃଆରୀ ୯, ଅହମଦାବାଦ
ତୃତୀୟ ଦିନିକିଆ: ଫେବୃଆରୀ ୧୨, ଅହମଦାବାଦ
ଟି-୨୦ ମ୍ୟାଚ:
ପ୍ରଥମ ଟି-୨୦: ୧୫ ଫେବୃଆରୀ, କଲିକତା
ଦ୍ୱିତୀୟ ଟି-୨୦: ୧୮ ଫେବୃଆରୀ, କଲିକତା
ତୃତୀୟ ଟି-୨୦: ୨୦ ଫେବୃଆରୀ, କଲିକତା