Below header

ଚର୍ମରେ ଚମକ ଆଣିବା ସହିତ ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା

କରମଙ୍ଗା ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା ଖଟା, ମିଠା ଏବଂ ସ୍ୱାଦିଷ୍ଟ ଲାଗିଥାଏ । ଏହା ଷ୍ଟାର୍ ଫ୍ରୁଟ୍ ଭାବରେ ମଧ୍ୟ ଜଣାଶୁଣା ।କରମଙ୍ଗା ଔଷଧୀୟ ଗୁଣରେ ଭରପୂର ଅଟେ । ଏହା ଭିଟାମିନ୍ ସି ର ସର୍ବୋତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହା ଫାଇବରରେ ଭରପୂର ଅଟେ ଯାହା ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।ଏହାକୁ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ଏବଂ କେଶ ମଧ୍ୟ ଶକ୍ତିଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କରମଙ୍ଗାର ଉପକାରିତା ବିଷୟରେ-

– ଯଦି ଓଜନ ବଢିବା ଦ୍ୱାରା ଆପଣ ଚିନ୍ତାରେ ଅଛନ୍ତି ତେବେ କରମଙ୍ଗା ସେବନ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।ଫାଇବରରେ ଭରପୂର ଥିବା ଏହି ଫଳରେ କମ୍ କ୍ୟାଲୋରୀ ଥାଏ ଯାହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

– ସୁଗାର ରୋଗୀଙ୍କ ପାଇଁ ଏହି ଫଳ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ରକ୍ତରେ ଗ୍ଲୁକୋଜର ସ୍ତରକୁ ସନ୍ତୁଳିତ କରିଥାଏ ଏବଂ ମଧୁମେହ କାରଣରୁ ହେଉଥିବା ସମସ୍ୟାକୁ ହ୍ରାସ କରିଥାଏ ।

– କରମଙ୍ଗା ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ରହିଥାଏ । ଏଥିରେ ଥିବା ବିଟା-କେରାଟିନ୍ ଶରୀରକୁ ଯାଇ ଭିଟାମିନ୍ ଏରେ ପରିଣତ ହୋଇଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

– ଏହାବାଦ କ୍ୟାନ୍ସର ପରି ମାରାତ୍ମକ ରୋଗ ସହ ଲଢ଼ିବାରେ ବି ଏହି ଫଳ ବିଶେଷ ସହାୟକ ହୋଇଥାଏ । ଏହା ସହ ଶରୀର ମଧ୍ୟରେ ଥିବା ହାନିକାରକ ବ୍ୟାକ୍ଟେରିଆ ମାନଙ୍କୁ ଏହା ନଷ୍ଟ କରିଥାଏ ।

– କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ କରମଙ୍ଗା ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । କରମଙ୍ଗାରେ କୋଲେଷ୍ଟ୍ରୋଲର ପରିମାଣ ବହୁତ କମ୍ ଥାଏ ଯେଉଁଥିପାଇଁ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେବାର କୌଣସି ବିପଦ ନଥାଏ ।

– କରମଙ୍ଗା ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।

– କରମଙ୍ଗା ଖାଇବା ଦ୍ୱାରା ଚର୍ମରେ ଚମକ ଆସିଥାଏ । ଏହା ଏକିଜେମା,ଘିମିରି , ଲାଲ ଦାଗ, କୁଣ୍ଡିଆ, କୁଞ୍ଚନ, ଭଳି ଅନେକ ଚର୍ମ ସମସ୍ୟାକୁ ଦୂର କରିଥାଏ । ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର, ଏହି ଫଳ ଚେହେରାରେ ଚମକ ଆଣିଥାଏ। ଏହା ମୁହଁ ବ୍ରଣରୁ ମୁକ୍ତି ମଧ୍ୟ ଦେଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.