ଓଡ଼ିଶାରେ ଚାଲିଛି ହିନ୍ଦୀ ପ୍ରଚାର: ଏଠି ରାସ୍ତା ଘାଟ ଓ କାନ୍ଥ ବାଡ଼ରେ ସବୁଠି ହିନ୍ଦୀ ଲେଖା ପୋଷ୍ଟର

ଉମରକୋଟ(କେନ୍ଯୁଜ୍): ଯୁଆଡେ ଦେଖିଲେ ହିନ୍ଦୀ ପୋଷ୍ଟର ଓ ହିନ୍ଦୀ ହାତ ଲେଖା। ରାସ୍ତା ଘାଟ ଓ କାନ୍ଥ ବାଡ ସବୁ ହିନ୍ଦୀ ରେ ଭରପୁର । ର୍ନିବାଚନରେ ପ୍ରାର୍ଥୀ ଘର ଘର ବୁଲି କରୁଛନ୍ତି ହିନ୍ଦୀ ରେ ପ୍ରଚାର ଓ ଲୋକଙ୍କୁ ହିନ୍ଦୀ ରେ ବୁଝାଇ ନିଜ କୁ ଭୋଟ ଦେବାକୁ କହି ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି । ପୁସିଂ କାର୍ଡ ବି ହିନ୍ଦୀ ରେ ତିଆର ହୋଇଛି ଏବଂ ସେସବୁ ଭୋଟର ଙ୍କୁ ବଣ୍ଟା ଯାଉଛି। ଏମିତି କି ହେବି ୱେଟ ନେତା ବି ଓଡ଼ିଆ ବଦଳରେ ହିନ୍ଦୀରେ ଭାଷଣ ଦେଇଛନ୍ତି ।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସବୁ ଦଳ ଓ ପ୍ରାର୍ଥୀ ଙ୍କ ପ୍ରଚାର କିଏ କେଉଁ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରି ଭୋଟର ଙ୍କୁ ମନାଇବା ପାଇଁ ଆପ୍ରଣ ଉଦ୍ୟମ କରୁଛନ୍ତି । ରାସ୍ତା ଘାଟ ରେ ପୋଷ୍ଟର ଓ ବ୍ଯାନର ରେ ଭରପୁର ହୋଇଥିବା ବେଳେ କାନ୍ଥ ବାଡ଼ ହୋଇଛି ରଙ୍ଗୀନ କିନ୍ତୁ ଓଡ଼ିଶା ଛତିଶଗଡ ସୀମାନ୍ତ ଅଞ୍ଚଳ ରାଇଘର ବ୍ଲକ ର ରାସ୍ତା ଘାଟ ଓ କାନ୍ଥ ବାଡ ର ରୂପ କିଛି ଅଲଗା ଦେଖିବାକୁ ମିଳିଛି । ଏଠାରେ ଭୋଟର ଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ରେ ହିନ୍ଦୀ ଭାଷା କୁ ମାଧ୍ୟମ କରାଯାଇଛି ।

ଓଡ଼ିଶା ଛତିଶଗଡ ସୀମାନ୍ତ ଏହି ରାଇଘର ବ୍ଲକ୍‌ ର କୁନ୍ଦେଇ, ଖିଲୋଲି, ହାଟଭରଣ୍ଡି, କାଉଡୋଲା, ସହ ଅନେକ ପଞ୍ଚାୟତ ଛତିଶଗଡ ସୀମାନ୍ତ ରେ ରହିଛି । ଏବଂ ଏହି ସବୁ ଅଞ୍ଚଳ ର ଲୋକ ଙ୍କ ଚାଲି ଚଳନ ଓ ଭାଷା ଛତିଶଗଡ଼ି ଓ ହିନ୍ଦୀ ଭାଷା । ଛତିଶଗଡ ସହ ସମସ୍ତ ପ୍ରକାର ଆଦାନ ପ୍ରଦାନ ରହିଛି । ଏହି କାରଣ ରୁ ଏଠାକାର ଆଦିବାସୀ ଓଡିଆ ଅପେକ୍ଷା ହିନ୍ଦୀ ସହଜ ରେ କହିପାରନ୍ତି । ତେଣୁ ଭୋଟର ଙ୍କୁ ସହଜ ରେ ବୁଝାଇବା ପାଇଁ ପ୍ରଚାର ର ମାଧ୍ୟମ କୁ ହିନ୍ଦୀ ଭାଷା ରେ କରୁଛନ୍ତି ବୋଲି କହିଛନ୍ତି ପ୍ରାର୍ଥୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ।

ଏପରିକି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ସମୟରେ ସଭା ସମିତି ରେ ମଧ୍ୟ ହେବି ୱେଟ ନେତା ବି ହିନ୍ଦୀରେ ଭାଷଣ ଦେଉଛନ୍ତି । ବିଜେଡି ର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ବି ଏହି ଅଞ୍ଚଳ ରେ ହିନ୍ଦୀ ଭାଷା ରେ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ଏଠାକାର ଲୋକ ଓ ଛତିଶଗଡ ଲୋକଙ୍କ ଭାଷା ର ସାମଞ୍ଜ୍ଯସ ରହିଛି । ଏ ଅଞ୍ଚଳ ର ଲୋକ ଛତିଶଗଡ଼ି, ଗୋଣ୍ଡି ଓ ହିନ୍ଦୀ ଭାଷା ଜାଣନ୍ତି । ସେଥିପାଇଁ ସରକାର ଙ୍କ ଯୋଜନା ସବୁ ସେମାନଙ୍କ ପାଖରେ ପହଞ୍ଚାଇବାକୁ ହିନ୍ଦୀ ଭାଷା ରେ ଭାଷଣ ଦେଉଥିବା କହିଛନ୍ତି ପ୍ରଦୀପ ମାଝୀ ।

ଓଡ଼ିଆ ରାଜ୍ଯରେ ହିନ୍ଦୀ ପ୍ରଚାର। ଏ ଭଳି ଅନେକ ଉପାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସବୁ ଦଳ ଓ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.