କ୍ରୀଡା

ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ ଡ୍ର, ଜନ୍ମଦିନରେ ମୟଙ୍କ ଅଗ୍ରଓ୍ଵାଲ ମାରିଲେ ଅର୍ଦ୍ଧଶତକ

ହାମିଲଟନ୍‌ : ଏଠାରେ ଖେଳା ଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ଅଭ୍ୟାସ ମ୍ୟାଚ୍‌ଟି ଆଜି ଡ୍ର’ରେ ସରିଛି । ଭାରତ ଦ୍ୱିତୀୟ ଇନିଂସ୍‌ରେ ୪ ଓ୍ଵିକେଟ୍‌ ହରାଇ ୨୫୨ ରନ୍‌ କରିଥିବା ବେଳେ ଖେଳ ଶେଷ ହୋଇଥିଲା । ଓପ୍ନର ପୃଥ୍ଵୀ ସ ୩୯, ମୟଙ୍କ ଅଗ୍ରଓ୍ଵାଲ ୯୯ ବଲ୍‌ରେ ୮୧ ରନ୍‌ କରି ରିଟାୟାର୍ଡ଼ ଆଉଟ୍‌ ହୋଇଥିଲେ । ପରେ ଶୁଭମନ ଗିଲ୍‌ ୮, ଋଷଭ ପନ୍ତ ୬୫ ବଲ୍‌ରେ ୭୦ ରନ୍‌, ଋଧିମାନ ଶାହ ଅପରାଜିତ ୩୦ ଏବଂ ଅଶ୍ୱିନ୍‌ ଅପରାଜିତ ୧୬ ରନ୍‌ କରିଥିଲେ ।

ପୂର୍ବରୁ ଭାରତ ପ୍ରଥମ ପାଳିରେ ୨୬୩ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ଏକାଦଶ ୨୩୫ ରନ୍‌ କରିଥିଲା । ଆଜି ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କର ଜନ୍ମଦିନ । ଭାରତୀୟ ଦଳର ସବୁ ଖେଳାଳି ମିଶି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

ଆସନ୍ତା ୨୧ ତାରିଖରୁ େଓ୍ଵଲିଂଟନ୍‌ ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ । ପୂର୍ବରୁ ଭାରତୀୟ ଦଳ ଟି-୨୦ରେ ଏବଂ ଘରୋଇ ନ୍ୟୁଜିଲାଣ୍ଡ ଟିମ୍‌ ଦିନିକିଆରେ ସିରିଜ୍‌ ବିଜୟୀ ହୋଇଥିଲେ । ତେଣୁ ଦୁଇଟିକିଆ ଟେଷ୍ଟ ସିରିଜ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

KNews Bureau

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

4 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

20 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

53 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

55 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago