କ୍ରୀଡା

ଆସନ୍ତାକାଲି ପୁରସ୍କାର ଗ୍ରହଣ ପାଇଁ ମନୋନୀତ ହୋଇଥିବା ୩ ଜାତୀୟ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଆସନ୍ତାକାଲି ଜାତୀୟ କ୍ରୀଡ଼ା ଦିବସ । କ୍ରୀଡ଼ା କ୍ଷେତ୍ରରେ ପୁରସ୍କାର ଗ୍ରହଣ ପାଇଁ ମନୋନୀତ ହୋଇଥିବା ଖେଳାଳି ମାନଙ୍କ ଭିତରୁ ୩ ଜଣ କରୋନା ପଭିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ମହାମାରୀ କାରଣରୁ ୭୪ ଜଣ ବିଜେତାଙ୍କ ମଧ୍ୟରୁ ୬୫ ଜଣ ପ୍ରଥମ ଭର୍ଚୁଆଲ୍‌ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ଅଂଶଗ୍ରହଣ କରିବେ।

ତେବେ ମିଳିଥିବା ସୂଚନା ମୁତାବକ, ଦେଶରେ ନଥିବା, କରୋନା ପଜିଟିଭ୍ ଆସିଥିବା ଏବଂ ଅସୁସ୍ଥତା ଥିବା କାରଣରୁ ପାଖାପାଖି ୯ ଜଣ ଭାଗ ନେଇପାରିବେନାହିଁ।  ତେବେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ବ୍ୟାଡମିଣ୍ଟନ୍ ଖେଳାଳି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ପୂର୍ବରୁ ପଜିଟିଭ୍ ଆସିଥିବା ସ୍ପଷ୍ଟ ହୋଇଥିଲା।

ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ‌ କୋବିନ୍ଦ ଭର୍ଚୁଆଲ୍‌ ମୋଡରେ ପୁରସ୍କାର ପ୍ରଦାନ କରିବେ। ଦେଶର ବିଭିନ୍ନ ଭାଗରେ ଥିବା ସାଇ କେନ୍ଦ୍ରରେ ଖେଳାଳିମାନେ ଏଥିରେ ଯୋଡି‌ହେବେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏବଂ ଅନ୍ୟ ଅଧିକାରୀମାନେ ବିଜ୍ଞାନ ଭବନରେ ରହି କାର୍ଯ୍ୟକ୍ରମ ସହ ଯୋଡ଼ିହେବେ।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

19 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

21 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

27 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

36 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

54 mins ago