କ୍ରୀଡା

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଜି କର ବା ମର ସ୍ଥିତି, ପଞ୍ଜାବକୁ ଟକ୍କର ଦେବାକୁ ପ୍ରସ୍ତୁତ ରୋହିତଙ୍କ ଟିମ୍‌

ଆଜି ଆଇପିଏଲରେ ୨୩ତମ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଟକ୍କର ଦେବେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚେନ୍ନାଇ ସୁପରକିଙ୍ଗସ ଭଳି ୫ଥର ଚାମ୍ପିଅନ୍ ହୋଇଥିବା ଟିମ୍‌ ପ୍ରଥମ ୪ଟି ମ୍ୟାଚ୍ ହାରି ସାରିଛି। ମାତ୍ର ଆଉ ଗୋଟିଏ ମ୍ୟାଚ ହାରିଗଲେ ସିଜିନ ଟାଇଟଲ ଜିତିବାରୁ ବାଦ୍‌ ପଡିବ ମୁମ୍ବାଇ। ତେଣୁ ନିଜର ଜବରଦସ୍ତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ମୁମ୍ବାଇ ଇଣ୍ଡିଆନ୍ସ।

ଏହା ମଧ୍ୟରେ ପଞ୍ଜାବ କିଙ୍ଗ୍ସ ୪ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୪ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ପଞ୍ଜାବ କିଙ୍ଗ୍ସ ସପ୍ତମ ସ୍ଥାନରେ ରହିଛି। ତେଣୁ ଆଜି ତୃତୀୟ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ କିଙ୍ଗ୍ସ ଦଳ ପ୍ରସ୍ତୁତ ରହିଛି ।

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ରୋହିତ ଶର୍ମାଙ୍କ ଉପରେ ନଜର ରହିବ । ରୋହିତ ଆଉ ୨୫ ରନ୍ କଲେ ୧୦,୦୦୦ ଟି-ଟ୍ୱେଣ୍ଟି ରନ୍ କ୍ଲବରେ ସ୍ଥାନ ପାଇବେ । ବିରାଟ କୋହଲିଙ୍କ ପରେ ଭାରତର ଦ୍ୱିତୀୟ ବ୍ୟାଟର ଭାବେ ସେ ଏହି ସଫଳତା ଅର୍ଜନ କରିବେ । ଟି-ଟ୍ୱେଣ୍ଟି କ୍ରିକେଟରେ ଆଜି ପର୍ଯ୍ୟନ୍ତ ୬ଜଣ ବ୍ୟାଟର ୧୦,୦୦୦ ରନ୍ ସଂଗ୍ରହ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ: ଇଶାନ କିଷନ, ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଡିୱାଲ୍ଡ ବ୍ରେଭିସ, କିରେନ ପୋଲାର୍ଡ, ଫାବିଆନ ଆଲେନ, ମୁରୁଗାନ ଅଶ୍ୱିନ, ଜଶପ୍ରୀତ ବୁମରା, ତିମାଲ ମିଲ୍ସ, ବସିଲ ଥାମ୍ପି ।

ପଞ୍ଜାବ କିଙ୍ଗ୍ସ: ଶିଖର ଧାୱନ, ମୟଙ୍କ ଅଗ୍ରୱାଲ୍ (ଅଧିନାୟକ), ଜନି ବେୟାରଷ୍ଟୋ, ଲାଏମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଶାହରୁଖ ଖାନ, ଓଡ଼ିନ ସ୍ମିଥ୍, କାଗିସୋ ରାବାଡା, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂହ ।

Swagatika

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

24 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

28 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

45 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

49 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

57 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago