ରାଜ୍ୟ

ଆଜି ବି ଅଛନ୍ତି ଏମିତି ଲୋକ: ସ୍ବାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃଦ୍ଧା ଦାନ କଲେ ୧୫ଲକ୍ଷ ଟଙ୍କା

ଜଳେଶ୍ବର(କେନ୍ୟୁଜ୍) : ଆଜିର ସ୍ବାର୍ଥବାଦୀ ଦୁନିଆରେ କିଏ ବା କାହାର? ଭାଇ ଭାଇ ତ ଦୁରର କଥା ଏଠି ସମ୍ପତି ପାଇଁ ବାପା ମାଙ୍କୁ ବି ଘରୁ ତଡିଦେଉଛନ୍ତି ଜନ୍ମିତ ସନ୍ତାନ। ଖାଲି ନିଜ ସ୍ବାର୍ଥ, ନିଜେ କେମିତି ଅୟେସ୍ ଆଜାଦ୍ ରେ ବଞ୍ଚିବେ। ବାକି ଯାହାର ଯାହା ଯାଉ ପଛେ। କିନ୍ତୁ ଏଇ ଅମଣିଷ ମାନଙ୍କ ଭିତରେ କେଉଁଠି ନା କେଉଁଠି ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ମହତ୍‌ ଦାନ ରହିଛି ଲୋକମାନଙ୍କ ପାଇଁ । ନିଜ କଥା ନଭାବି କେମିତି ସମାଜର ମଙ୍ଗଳ ହେବ ସେକଥା ଭାବିଥାନ୍ତି ସେମାନେ। ଏଭଳି ଜଣେ ଆଦର୍ଶବାଦୀ ବୃଦ୍ଧା ମହିଳା ହେଉଛନ୍ତି ସୁପ୍ରଭା ପଣ୍ତା । ତାଙ୍କ ନାଟି ଯେମିତି କାମ ବି ସେମିତି କରି ଦେଖାଇଛନ୍ତି।

ସ୍ବାମୀଙ୍କ ମୃତ୍ଯୁ ପରେ ତାଙ୍କର ସ୍ମୃତି ଉଦେଶ୍ଯରେ ବିଦ୍ଯାଳୟକୁ ୧୫ଲକ୍ଷ ଟଙ୍କା ଦାନ କରିଛନ୍ତି ଏହି ବୃଦ୍ଧା ମହିଳା। ତାଙ୍କର ଏଭଳି ମହତ କାର୍ଯ୍ଯ ପାଇ ସେ ଆଜି ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟିଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ସୁପ୍ରଭା ପଣ୍ତା ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶ୍ରେଣୀ ଗୃହ ନିର୍ମାଣ ଏବଂ ବିଦ୍ଯାଳୟର ଉନ୍ନତିକରଣ ନିମନ୍ତେ ଶମ୍ଭୁନାଥ ଉଚ୍ଚ ବିଦ୍ଯାଳୟ କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସୁପ୍ରଭାଙ୍କ ସ୍ବାମୀ ପଙ୍କଜ କାନ୍ତ ପଣ୍ତା ଜଣେ ସରକାରୀ କର୍ମଚାରୀ ଭାବରେ ଚାକିରୀରୁ ଅବସର ନେବା ପରେ ଗତ ଦୁଇ ବର୍ଷ ପୂର୍ବରୁ କ୍ଯାନସରରେ ଆକ୍ରାନ୍ତ ହୋଇ ମୃତ୍ଯୁ ବରଣ କରିଥିଲେ। ଶିକ୍ଷାର ବିକାଶ ମାଧ୍ଯମରେ ତାଙ୍କ ସ୍ବାମୀ ଙ୍କ ସ୍ମୃତି କୁ ସବୁଦିନ ପାଇଁ ଉଜ୍ଜିବୀତ ରଖିବା ନେଇ ସୁପ୍ରଭା ଏଭଳି ମହତ କାର୍ଯ୍ଯ କରିଛନ୍ତି।

ବିଦ୍ଯାଳୟର ଉନ୍ନତ୍ତି କରଣ ପାଇଁ ତାଙ୍କର ଏଭଳି ଦାନକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ , ବିଡିଓ ଜ୍ଞାନ ରଞ୍ଜନ ସାହୁ , ଜିଲ୍ଲା ଶିକ୍ଷାଧିକାରୀ ବିଷ୍ନୁ ଚରଣ ସୂତାରଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ସୁପ୍ରଭାଙ୍କ ଏଭଳି ମହତ କାର୍ଯ୍ଯକୁ ପ୍ରଶଂସା କରିଥିଲେ। ତେବେ ଆଜିର ସ୍ବାର୍ଥବାଦୀ ଦୁନିଆରେ ଯେତେବେଳେ ଟଙ୍କା ପାଇଁ ସବୁ ସମ୍ପର୍କ ତୁଚ୍ଛ ହୋଇଯାଉଛି। ସେଠି ଏଭଳି ମହତ ପଣିଆର ପରିଚୟ ଦେଇ ଅନ୍ଯମାନଙ୍କ ପାଇଁ ଉଦାହାରଣ ସାଜିଛନ୍ତି ସୁପ୍ରଭା।

 

Sonalisa

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

7 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

10 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

28 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

31 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

40 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

44 mins ago