ଇଂଲଣ୍ଡର ଓଭାଲ୍ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ର ଆଜି ହେଉଛି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ଆରମ୍ଭ କରି ୩ ୱିକେଟ୍ରେ ୩୨୭ ରନ୍ କରିଥିଲା । କଙ୍ଗାରୁ ଟିମ୍ ନିଜ ସ୍ଥିତି ଦୃଢ଼ କରିଥିବା ବେଳେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ଏକ ସମୟରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୭୬ ରନ୍ କରିଥିଲା ।
ତେବେ ଏହାପରେ ଭାରତୀୟ ବୋଲର ପ୍ରାରମ୍ଭିକ ସଫଳତାରୁ ଆଉ ଫାଇଦା ନେଇ ପାରିନଥିଲେ । ତେଣୁ ବଡ଼ ସ୍କୋର ଆଡ଼କୁ ଆଗେଇ ଚାଲିଛି ଅଷ୍ଟ୍ରେଲିଆ ଦଳ । ଟ୍ରାଭିସ୍ ହେଡ୍ ବିସ୍ଫୋରକ ବ୍ୟାଟିଂ କରି ୧୫୬ ବଲ୍ରେ ୧୪୬ ରନ୍ କରି ଅପରାଜିତ ଅଛନ୍ତି । ଏଥିରେ ସେ ମାରିଛନ୍ତି ୨୨ଟି ଚୌକା ଓ ଗୋଟିଏ ଛକା । ତାଙ୍କ ସହ ୯୫ ରନ୍ କରି ଅପରାଜିତ ରହିଛନ୍ତି ଷ୍ଟିଭେନ୍ ସ୍ମିଥ୍ ।
ତେବେ ବୋଲର୍ ଚୟନକୁ ନେଇ ଏବେ ଟିମ୍ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି କାହିଁକି ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ଙ୍କୁ ଭାରତ ଦଳରେ ସାମିଲ କଲା ନାହିଁ ? ତାଙ୍କ ଭଳି ଜଣେ ଶ୍ରେଷ୍ଠ ବୋଲରଙ୍କୁ ଦଳରେ ନିଆନଯିବା ଏକ ଭୁଲ ନିଷ୍ପତ୍ତି ବୋଲି ଭାଗାସ୍କର କହିଛନ୍ତି । ତେବେ ବୋଲିଂ କୋଚ୍ ପାରସ ମାମ୍ବ୍ରେ କହିଛନ୍ତି କି ଓଭାଲ୍ ର ପିଚ୍କୁ ଦେଖି ଅଶ୍ୱିନ୍ଙ୍କୁ ଦଳରୁ ବାଦ୍ ଦିଆଯାଇଛି ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…