Categories: କ୍ରୀଡା

ଦିବଙ୍ଗତ ପିତାଙ୍କ ବିଷୟରେ ଶୁଣି ଭାବବିହ୍ଵଳ ହୋଇପଡିଲେ ବିରାଟ, ଅନୁଷ୍କା ଦେଲେ ସାନ୍ତ୍ୱନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡ଼ିକୁ ସମସ୍ତେ ଖୁବ୍‌ ପସନ୍ଦ କରିଥାନ୍ତି। ଦୁହିଁଙ୍କୁ ସର୍ବଦା ଲାଇମ୍‌ ଲାଇଟ୍‌ରେ ଦେଖିବାକୁ ମିଳିଥାଏ। ବିରାଟ ଓ ଅନୁଷ୍କା ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ରେ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ ନାମିତ ହେବା ପରେ ସେଠାରେ ବିରାଟ କୋହଲିଙ୍କ ନାମରେ ମଧ୍ୟ ଗୋଟିଏ ଷ୍ଟାଣ୍ଡ ରହିବ ବୋଲି ଘୋଷଣା ହୋଇଛି।

ଏହି କାର୍ଯ୍ୟକ୍ରମରେ ବିରାଟ ଓ ଅନୁଷ୍କା ବସିଥିବା ସମୟର ଅନେକ ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ବିରାଟ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ବିରାଟ କାନ୍ଦୁଥିବା ସମୟରେ ଅନୁଷ୍କା ତାଙ୍କୁ ସାନ୍ତ୍ୱନା ଦେଇ ହାତକୁ କିସ୍‌ କରୁଛନ୍ତି। ତେବେ କାନ୍ଦିବାର କାରଣ ହେଉଛି, ଏହି କାର୍ଯ୍ୟକ୍ରମରେ ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମା ବିରାଟଙ୍କ ବିଗତ ଦିନର କିଛି ସ୍ମୃତିକୁ ମନେ ପକାଇଥିଲେ। ଯେଉଁଥିରେ ସେ କହିଥିଲେ, ‘ଯେତେବେଳେ ବିରାଟ ଅଣ୍ଡର ୧୯ ଟିମ୍‌ରେ ଥିଲେ, ତାଙ୍କ ବାପାଙ୍କର ନିଧନ ହୋଇଥିଲା। ତାଙ୍କ ବାପାଙ୍କୁ ଦେଖିବା ପାଇଁ ଅରୁଣ ଜେଟଲି ଦିଲ୍ଲୀର ଥିବା ବିରାଟଙ୍କ ଉତ୍ତମ ନଗର ଘରକୁ ଯାଇଥିଲେ। ବାପାଙ୍କର ମୃତ୍ୟୁ ପରେ ମଧ୍ୟ ବିରାଟ ସେଦିନ ମ୍ୟାଚ୍‌ ଜାରି ରଖିଥିଲେ। କ୍ରିକେଟ ପ୍ରତି ବିରାଟଙ୍କର ଏହି ନିଷ୍ଠା ଦେଖି ଅରୁଣ ଜେଟଲି ସେଦିନ ଭବିଷ୍ୟବାଣୀ କରିଥିଲେ ଯେ ଦିନ ଆସିବ ଏହି ପିଲା ଦିନେ ବଡ଼ ନାମ କରିବ।’

ଦିବଙ୍ଗତ ପିତାଙ୍କ ବିଷୟରେ ଶୁଣି ବିରାଟ-ଅନୁଷ୍କା ଭାବବିହ୍ୱଳ ହୋଇପଡ଼ିଥିଲେ ଓ ବିରାଟ ତାଙ୍କ ଆଖିର ଲୁହ ପୋଛିବାକୁ ଚେଷ୍ଟା କରିଥିଲେ। ସେହି ସମୟର ଭିଡିଓଟି ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି। ବିରାଟଙ୍କୁ ଏହି ଅବସ୍ଥାରେ ଦେଖି ତାଙ୍କର ଫ୍ୟାନ୍‌ମାନେ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

27 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

28 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago