କ୍ରୀଡା

‘ଆପଣଙ୍କୁ ଫିଲ୍ଡିଂ କରିବାର ଆବଶ୍ୟକତା ନାହିଁ’….କ୍ରିସ୍‌ ଗେଲଙ୍କୁ ଏମିତି କହିଲେ ବିରାଟ କୋହଲି: ଭିଡିଓ ଭାଇରଲ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପରକିଙ୍ଗସକୁ ହରାଇ ଆଇପିଏଲ୍‌ ୨୦୨୪ ପ୍ଲେ ଅଫରେ କ୍ୱାଲିଫାଏ କରିଛି । ୨୨ ମଇକୁ ରାଜସ୍ଥାନ ରୟାଲ୍ସ ଏବଂ ଆରସିବି ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳିଯିବ । ସିଏସକେକୁ ହରାଇବା ପରେ ଆରସିବି ଖେଳାଳି ଜବରଦସ୍ତ ସେଲିବ୍ରେସନ କରିଥିଲେ । ଆଉ ଏହି ବିଜୟ ପରେ ଆରସିବି ଡ୍ରେସିଂ ରୁମରେ ପହଞ୍ଚିଥିଲେ ପୂର୍ବତନ ଖେଳାଳି କ୍ରିସ ଗେଲ୍‌ । କ୍ରିସ ଗେଲ୍‌ ଡ୍ରେସିଂ ରୁମରେ ପହଞ୍ଚି ସମସ୍ତ ଖେଳାଳି ଶୁଭେଚ୍ଛା ଜଣାଇବା ସହିତ କୋହଲିଙ୍କୁ ଆଲିଙ୍ଗନ କରିଥିଲେ ।

ଗେଲ୍‌ କୋହଲିଙ୍କ ସହିତ ଦେଖା ହେବା ସମୟରେ କୋହଲି ତାଙ୍କୁ ଆଇପିଏଲକୁ କମବ୍ୟାକ୍‌ କରିବାକୁ କହିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି । ଆରସିବି ନିଜ ସୋସିଆଲ ମିଡିଆ ଆକାଣ୍ଟରେ ଭିଡିଓ ସେୟାର କରିଛି । ଯେଉଁଥିରେ କୋହଲି ଗେଲଙ୍କୁ ଆଇପିଏଲରେ ପୁଣିଥରେ ଖେଳିବାକୁ କହୁଛନ୍ତି ।

କୋହଲି କହିଛନ୍ତି, ଆଗାମୀ ବର୍ଷ ଆଇପିଏଲକୁ କମ୍‌ବ୍ୟାକ୍‌ କରନ୍ତୁ, ଇମ୍ପାକ୍ଟ ପ୍ଲେୟାର ଏବେ ଚାଲୁ ରହିଛି । ଆପଣଙ୍କୁ ଫିଲ୍ଡି କରିବାର ଆବଶ୍ୟକତା ନାହିଁ । ଏହା ଆପଣଙ୍କ ପାଇଁ ଡିଜାଇନ କରାଯାଇଛି । ଏହା କହି କୋହଲି ହସିବା ପରେ କ୍ରିସ ଗେଲ୍‌ ମଧ୍ୟ ଶୁଣି ହସିଥିଲେ ।

ଆରସିବି ଲଗାତାର ୬ଟି ମ୍ୟାଚ ଜିତି ପ୍ଲେ ଅଫରେ ପହଞ୍ଚିଛି । ଆରସିବି ପାଇଁ କୋହଲି ଭଲ ପରଫର୍ମ କରିଛନ୍ତି । କୋହଲି ଆଇପିଏଲ ୨୦୨୪ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି । କୋହଲି ଚଳିତ ସିଜିନରେ ୧୪ଟି ମ୍ୟାଚରେ ୭୦୮ ରନ୍‌ କରିଛନ୍ତି । ବିରାଟ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ମାରିଛନ୍ତି ।

Swagatika

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

17 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

21 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

24 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

29 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

41 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

48 mins ago