ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ଆଇପିଏଲ ୨୦୨୪ରେ ଲଗାତାର ଦ୍ୱିତୀୟ ମ୍ୟାଚ ହାରିସାରିଛି । ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଠାରୁ ହାରିଛି ବେଙ୍ଗାଲୁରୁ । ଆଉ ଏହି ପରାଜୟ ଫ୍ୟାନ୍ସଙ୍କ ସହିତ ଟିମର ପୂର୍ବ ଅଧିନାୟକ ତଥା ଓପନର ବିରାଟ କୋହଲିଙ୍କୁ ଭାଙ୍ଗିଦେଇଛି । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ କୋହଲି କିଛି ଖାସ୍ କରିପାରିନଥିଲେ । ମାତ୍ର ୧୬ ବଲ ଖେଳି ୨୨ ରନ୍ କରି ଆଉଟ ହୋଇଥିଲେ ।
ମ୍ୟାଚ ହାରିବା ପରେ କୋହଲିଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓ କୋହଲି ଡ୍ରେସିଂ ରୁମରେ ବିଲକୁଲ୍ ଶାନ୍ତ ଏବଂ ଚୁପଚାପ୍ ବସିଥିବାର ଦେଖିବାକୁ ମିଳିଛି । ଏହାସହିତ ଅନ୍ୟ ଏକ ଫଟୋରେ ମନ ଦୁଃଖରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହାକୁ ଦେଖି ଫ୍ୟାନ୍ସ ବିଲକୁଲ ଚିନ୍ତାରେ ପଡିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪ଟି ମ୍ୟାଚରୁ ୩ଟି ହାରିସାରିଛି ।
ବେଙ୍ଗାଲୁରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ସହିତ ଖେଳିଥିଲେ । ଏଥିରେ ୬ ଓ୍ଵିକେଟରେ ମ୍ୟାଚ୍ ହାରିଥିଲା ବେଙ୍ଗାଲୁରୁ । ଏହାପରେ ପଞ୍ଜାବ କିଙ୍ଗସ ସହିତ ମ୍ୟାଚ ଜିତି ବିଜୟ ଖାତା ଖୋଲିଥିଲା । କିନ୍ତୁ ତା’ପରେ ୨ଟି ମ୍ୟାଚ ହାରିସାରିଲାଣି । କୋଲକତା ବିପକ୍ଷରେ ୭ ଓ୍ଵିକେଟ ମ୍ୟାଚ ହାରିଥିବା ବେଳେ ଲକ୍ଷ୍ନୌ ବିପକ୍ଷରେ ୨୮ ରନରେ ପରାଜୟ ସାମ୍ନା କରିସାରିଛି ।
ସୂଚନାଯାଗ୍ୟ, ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁର ବ୍ୟାଟିଂ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ବଡ ବଡ ଷ୍ଟାର ବ୍ୟାଟ୍ସମ୍ୟାନ ଜଲଦି ଆଉଟ ହୋଇଯାଇଥିଲେ । ଏହି ମ୍ୟାଚରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୧/୫ ରନ କରିଥିଲା । ଏହାକୁ ପିଛା କରି ବେଙ୍ଗାଲୁରୁ ୧୯.୪ ଓଭରେ ୧୫୩ରନରେ ଅଲଆଉଟ ହୋଇଯାଇଥିଲା ।
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…
ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…