କ୍ରୀଡା

ପୁଣି ବିରାଟ ମିସ୍‌ କରିବେ ଆଉ ଦୁଇଟି ଟେଷ୍ଟ, ପୂରା ସିରିଜରେ ନଖେଳିବା ସମ୍ଭାବନା

ମୁମ୍ବାଇ : ବିରାଟ କୋହଲିଙ୍କୁ ପୁଣି ମିସ୍‌ କରିବ ଟିମ୍‌ ଇଣ୍ଡିଆ । ସେ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳି ପାରିବେ ନାହିଁ ବୋଲି ସୂଚନା ମିଳିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳା ସରିଛି । ଏଥିରେ ବିରାଟ ଖେଳିବେ ନାହିଁ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନର ଖବର ହେଉଛି ଏହି ରେକର୍ଡ଼ ବ୍ରେକର ବ୍ୟାଟର ତୃତୀୟ ଓ ଚତୁର୍ଥ ଟେଷ୍ଟ ମଧ୍ୟ ଖେଳିବେ ନାହିଁ । ତୃତୀୟ ମ୍ୟାଚ୍‌ ରାଜକୋଟ ଏବଂ ଚତୁର୍ଥ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ ।

କଣ ଅନୁଷ୍କାଙ୍କ ପାଇଁ ?

ଏମିତିକି ମାର୍ଚ୍ଚ ୬ ତାରିଖରୁ ଧର୍ମଶାଳରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରେ ମଧ୍ୟ କୋହଲିଙ୍କୁ ଦେଖିବାକୁ ମିଳିବ କି ନାହିଁ ତାହା ସନ୍ଦେହ ଭିତରେ । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଏବେ ଖେଳୁ ନାହାନ୍ତି । ଯାହା ସୂଚନା ମିଳୁଛି କି ସେଲିବ୍ରେଟି ଦମ୍ପତି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପିତାମାତା ହେବାକୁ ଯାଉଛନ୍ତି । ପ୍ରଥମ ସନ୍ତାନ ଭଳି ଦ୍ୱିତୀୟ ସନ୍ତାନ ଜନ୍ମ ସମୟରେ ମଧ୍ୟ ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କ ସହିତ ରହିବାକୁ ଚାହୁଁଛନ୍ତି । ଅବଶ୍ୟ ଏ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ତେବେ ଦ୍ୱିତୀୟ ସନ୍ତାନ ଜନ୍ମ ସମୟ ପାଖେଇ ଆସୁଥିବାରୁ ବିରାଟ ଦଳକୁ ଫେରିବା ସମୟ ଘୁଞ୍ଚାଇ ଚାଲିଛନ୍ତି ବୋଲି ଏକ ଚର୍ଚ୍ଚା ଚାଲିଛି ।

ସିରାଜ ଫେରିବେ

ତେବେ ଯୁବ ପେସ୍‌ ବୋଲର ମହମ୍ମଦ ସିରାଜ ତୃତୀୟ ଟେଷ୍ଟରେ ଖେଳିବେ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି । ହେଲେ ଆହତ ଥିବା କେଏଲ୍‌ ରାହୁଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ । ସେମାନେ ନେସନାଲ କ୍ରିକେଟ୍‌ ଏକାଡେମୀରେ ଅଛନ୍ତି । ସେମାନଙ୍କ ଉପରେ ନଜର ରଖା ଯାଇଛି । ଆସନ୍ତ ୧୫ ତାରିଖରୁ ତୃତୀୟ ଟେଷ୍ଟ ରାଜକୋଟରେ ଆରମ୍ଭ ହେବ ।

KNews Bureau

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

1 min ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

9 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

23 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

28 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

59 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago