କ୍ରୀଡା

କାଲି ଶହେତମ ଟେଷ୍ଟ ମ୍ୟାଚ୍‌ ଖେଳିବେ ବିରାଟ କୋହଲି, ମ୍ୟାଚ୍‌ ପୂର୍ବରୁ କଣ କହିଲେ ଦେଖନ୍ତୁ ଭିଡିଓ

ମୋହାଲି : ଆସନ୍ତାକାଲି ଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ । ଆଉ ସମସ୍ତଙ୍କ ନଜର ରହିବ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ । କାରଣ ସେ ଖେଳିବେ ନିଜ କ୍ୟାରିୟର୍‌ର ଶହେତମ ଟେଷ୍ଟ ମ୍ୟାଚ୍‌ । ମ୍ୟାଚ୍‌ ପୂର୍ବରୁ କୋହଲି କହିଛନ୍ତି ଯେ ମୁଁ କେବେବି ଭାବି ନଥିଲି କି ଏତେ ଲମ୍ବା ସମୟ ଧରି ଖେଳି ପାରିବି । ଅବଶ୍ୟ ନିଜ ଫିଟ୍‌ନେସ୍‌ ଉପରେ ସେ ବହୁତ ପରିଶ୍ରମ କରିଥିବା କହିଛନ୍ତି ।

ଶହେତମ ଟେଷ୍ଟ ତାଙ୍କ କ୍ୟାରିୟରର ଏକ ମାଇଲ୍‌ ଖୁଣ୍ଟ ହେବ । ବିଶେଷ କରି ତାଙ୍କ ପରିବାର ଏବଂ କୋଚ୍‌ଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି କୋହଲି କହିଛନ୍ତି । ନିଜ କ୍ରିକେଟ୍‌ କ୍ୟାରିୟର ବିଷୟରେ ସେ କହିଛନ୍ତି କି ମୁଁ ଆରମ୍ଭରୁ ସବୁବେଳେ ବଡ଼ ସ୍କୋର କରିବା ଏବଂ ଦୀର୍ଘ ସମୟ ଧରି ଓ୍ଵିକେଟ୍‌ରେ ରହିବାକୁ ଚାହୁଁଥିଲି । ସେଇଥିପାଇଁ ଚେଷ୍ଟା ବି କରୁଥିଲି । ଯାହାଫଳରେ ଜୁନିୟର କ୍ରିକେଟ୍‌ରେ ବି ସାତ ଆଠଟି ଡବଲ୍‌ ସେଞ୍ଚୁରୀ ମାରିଛି । ଯାହାର ସୁଯୋଗ ଟେଷ୍ଟ ମ୍ୟାଚ୍‌ରେ ମିଳେ । କୋହଲି କହିଛନ୍ତି, ଟେଷ୍ଟ କ୍ରିକେଟ୍‌କୁ ମୁଁ ଅସଲ କ୍ରିକେଟ୍‌ ବୋଲି ମାନେ ।

ଏହି ସୁଦକ୍ଷ ବ୍ୟାଟର ଏଯାଏ ୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୦.୩୯ ହାରରେ ୭,୯୬୨ ରନ୍‌ ସ୍କୋର କରିଛନ୍ତି । ଏଥିରେ ରହିଛି ୨୭ଟି ଶତକ ଏବଂ ୨୮ଟି ଅର୍ଦ୍ଧଶତକ । ଆଉ ୩୮ ରନ୍‌ କଲେ ସେ ୮ ହଜାର ରନ୍‌ ପୂରଣ କରିବେ । ତାଙ୍କ ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଓ ବର୍ତ୍ତମାନର ଖେଳାଳି ସମସ୍ତେ ଚାହୁଁଛନ୍ତି କୋହଲି ତାଙ୍କର ଶତକୀୟ ମ୍ୟାଚ୍‌ରେ ଏକ ଶତକ ସ୍କୋର କରନ୍ତୁ ।

ସେପଟେ ନୂଆ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଏଭଳି ଏକ ସ୍ୱତନ୍ତ୍ର ମ୍ୟାଚ୍‌କୁ ଆମେ ଆହୁରି ସ୍ପେସାଲ କରିବାକୁ ଚାହିଁବୁ । ତେବେ ଟେଷ୍ଟରେ କୋହଲି ଜଣେ ଶ୍ରେଷ୍ଠ ବ୍ୟାଟର ବୋଲି ରୋହିତ କହିଛନ୍ତି । ଆହୁରି ମଧ୍ୟ ଦିନିକିଆ ଠାରୁ ଟେଷ୍ଟ ମ୍ୟାଚ୍‌ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ପରିସ୍ଥିତି ଓ ପରିବେଶକୁ ଦେଖି ରଣକୌଶଲ ପ୍ରସ୍ତୁତ କରିବା ଓ ଖେଳିବା ହେଉଛି ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

 

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

36 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

39 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

1 hour ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

2 hours ago