କାଲି ଶହେତମ ଟେଷ୍ଟ ମ୍ୟାଚ୍ ଖେଳିବେ ବିରାଟ କୋହଲି, ମ୍ୟାଚ୍ ପୂର୍ବରୁ କଣ କହିଲେ ଦେଖନ୍ତୁ ଭିଡିଓ

ମୋହାଲି : ଆସନ୍ତାକାଲି ଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଆଉ ସମସ୍ତଙ୍କ ନଜର ରହିବ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ । କାରଣ ସେ ଖେଳିବେ ନିଜ କ୍ୟାରିୟର୍ର ଶହେତମ ଟେଷ୍ଟ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ କୋହଲି କହିଛନ୍ତି ଯେ ମୁଁ କେବେବି ଭାବି ନଥିଲି କି ଏତେ ଲମ୍ବା ସମୟ ଧରି ଖେଳି ପାରିବି । ଅବଶ୍ୟ ନିଜ ଫିଟ୍ନେସ୍ ଉପରେ ସେ ବହୁତ ପରିଶ୍ରମ କରିଥିବା କହିଛନ୍ତି ।
ଶହେତମ ଟେଷ୍ଟ ତାଙ୍କ କ୍ୟାରିୟରର ଏକ ମାଇଲ୍ ଖୁଣ୍ଟ ହେବ । ବିଶେଷ କରି ତାଙ୍କ ପରିବାର ଏବଂ କୋଚ୍ଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି କୋହଲି କହିଛନ୍ତି । ନିଜ କ୍ରିକେଟ୍ କ୍ୟାରିୟର ବିଷୟରେ ସେ କହିଛନ୍ତି କି ମୁଁ ଆରମ୍ଭରୁ ସବୁବେଳେ ବଡ଼ ସ୍କୋର କରିବା ଏବଂ ଦୀର୍ଘ ସମୟ ଧରି ଓ୍ଵିକେଟ୍ରେ ରହିବାକୁ ଚାହୁଁଥିଲି । ସେଇଥିପାଇଁ ଚେଷ୍ଟା ବି କରୁଥିଲି । ଯାହାଫଳରେ ଜୁନିୟର କ୍ରିକେଟ୍ରେ ବି ସାତ ଆଠଟି ଡବଲ୍ ସେଞ୍ଚୁରୀ ମାରିଛି । ଯାହାର ସୁଯୋଗ ଟେଷ୍ଟ ମ୍ୟାଚ୍ରେ ମିଳେ । କୋହଲି କହିଛନ୍ତି, ଟେଷ୍ଟ କ୍ରିକେଟ୍କୁ ମୁଁ ଅସଲ କ୍ରିକେଟ୍ ବୋଲି ମାନେ ।
‘I never thought i’ll play 100 Test matches. It has been a long journey. Grateful that i’ve been able to make it to 100’ – @imVkohli on his landmark Test.
Full interview coming up on https://t.co/Z3MPyesSeZ. Stay tuned! #VK100 pic.twitter.com/SFehIolPwb
— BCCI (@BCCI) March 3, 2022
ଏହି ସୁଦକ୍ଷ ବ୍ୟାଟର ଏଯାଏ ୯୯ଟି ଟେଷ୍ଟ ମ୍ୟାଚ୍ ଖେଳି ୫୦.୩୯ ହାରରେ ୭,୯୬୨ ରନ୍ ସ୍କୋର କରିଛନ୍ତି । ଏଥିରେ ରହିଛି ୨୭ଟି ଶତକ ଏବଂ ୨୮ଟି ଅର୍ଦ୍ଧଶତକ । ଆଉ ୩୮ ରନ୍ କଲେ ସେ ୮ ହଜାର ରନ୍ ପୂରଣ କରିବେ । ତାଙ୍କ ଫ୍ୟାନ୍ଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଓ ବର୍ତ୍ତମାନର ଖେଳାଳି ସମସ୍ତେ ଚାହୁଁଛନ୍ତି କୋହଲି ତାଙ୍କର ଶତକୀୟ ମ୍ୟାଚ୍ରେ ଏକ ଶତକ ସ୍କୋର କରନ୍ତୁ ।
ସେପଟେ ନୂଆ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଏଭଳି ଏକ ସ୍ୱତନ୍ତ୍ର ମ୍ୟାଚ୍କୁ ଆମେ ଆହୁରି ସ୍ପେସାଲ କରିବାକୁ ଚାହିଁବୁ । ତେବେ ଟେଷ୍ଟରେ କୋହଲି ଜଣେ ଶ୍ରେଷ୍ଠ ବ୍ୟାଟର ବୋଲି ରୋହିତ କହିଛନ୍ତି । ଆହୁରି ମଧ୍ୟ ଦିନିକିଆ ଠାରୁ ଟେଷ୍ଟ ମ୍ୟାଚ୍ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ପରିସ୍ଥିତି ଓ ପରିବେଶକୁ ଦେଖି ରଣକୌଶଲ ପ୍ରସ୍ତୁତ କରିବା ଓ ଖେଳିବା ହେଉଛି ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
💬 💬 We want to make the occassion special for @imVkohli: #TeamIndia Captain @ImRo45 #INDvSL | @Paytm | #VK100 pic.twitter.com/NOxk0bTRr8
— BCCI (@BCCI) March 3, 2022